ଏସି ଏସ୍ଟି କେଶର ହେଉନି ତାରିଖ.

ହେଡଲାଇନ. ଏସି ଏସ୍ଟି କେଶର ହେଉନି ତାରିଖ. ରିପୋର୍ଟ.ଭାରତ ହେଉଛି ଗଣତନ୍ତ୍ର ର ଦେଶ. ଏଠି ଆଇନି ଠାରୁ ଉର୍ଦ୍ଧରେ କେହି ନୁହେଁ. ସମସ୍ତ ଙ୍କ ପାଇଁ ଆଇନ ସମାନ. ଏହା ସମସ୍ତ ଭାରତୀୟ ଙ୍କୁ ଜଣା.ହେଲେ ଏହି କଥା ସବୁ ଏବେ ନ୍ୟାୟ ପାଇଁ ଆସୁଥିବା ନ୍ୟାୟ କର୍ତ୍ତା ଙ୍କ ପାଖକୁ ଅଭିଯୋଗ କାରିଙ୍କ ପାଇଁ ଦିବା ସପ୍ନ ରେ ପରିଣତ ହେଲାଣି. ଗୋଟେ ଗୋଟେ କେଶ ବର୍ଷ ବର୍ଷ ଧରି ଚାଲୁଥିବା ବେଳେ କିଛି ଅଭିଯୋଗ କାରି ଙ୍କ କେଶ ର ତାରିଖ ପରେ ତାରିଖ ରେ ଚାଲୁଛି. ଆଉ କିଛି ଅଭିଯୋଗ କାରୀଙ୍କ କେଶ ର ତାରିଖ ପାଇଁ ବି ପଡିପାରୁ ନାହିଁ.ଦେଶରେ ଦଳିତ ଶ୍ରେଣୀ ଲୋକଙ୍କୁ ତୋରିତ୍ୱ ନ୍ୟାୟ ପାଇଁ ସରକାର ବିଭିନ୍ନ ପ୍ରକାର ଆଇନି ପ୍ରଣୟନ କରୁଥିଲେ ବି ଏହା କେବଳ କାଗଜ କଲମ ମଧ୍ୟରେ ରହିଯାଉଛି. ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳ ରେ ଜମିବାଡ଼ି ବିବାଦ କୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଜମି ଜବରଦଖଲ କୁ ଦୁଇ ହଜାର ଅଠର ମସିହା ରେ ହୋଇଥିବା କେଶ ର ବିଚାର ହେଉନଥିବା ଅଭିଯୋଗ ହୋଇଛି. ଅଭିଯୋଗ କାରୀଙ୍କ କହିବା କଥା ହେଲା ପଡୋଶୀଙ୍କ ଅତ୍ୟାଚାର ରେ ଅତିଷ୍ଟ ହୋଇ ନ୍ୟାୟ ପାଇଁ କୋଟ ଙ୍କ ଦ୍ଵାରସ୍ତ ହେଲା ପରେବି ନ୍ୟାୟ ମିଳିବା ତ ଦୂରର କଥା ତାରିଖ ହେଉନଥିବା କହିଛନ୍ତି. ବଡବଡିଆ ଙ୍କ ପାଇଁ ଗୋଟେ ନିୟମ ଆଉ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ପାଇବା ସାତ ସପନ ବୋଲି କହିଛନ୍ତି., ବଡ଼ଚଣାରୁ ସୁଶାନ୍ତ ବେହେରାଙ୍କ ରିପୋର୍ଟ ଓମ ମିଡ଼ିଆ,

Sep 4, 2026 - 19:04
 0  7
ଏସି ଏସ୍ଟି କେଶର ହେଉନି ତାରିଖ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0