ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ,

ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ, ଯାଜପୁର ରୋଡ୍, ୨୩/୮: ପ୍ରଦୀପ କୁମାର ପୃଷ୍ଟି : ଓମ୍ ମିଡିଆ, lଓଡ଼ିଶାର ଅଗ୍ରଣୀ ସାମ୍ବାଦିକ ସଂଘମାନଙ୍କ ମଧ୍ୟରୁ ଅନ୍ୟତମ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲାର ଷଠିପୁରଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ମନୋଜ କୁମାର ଶତପଥୀ ଶିବିରକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମା’ ବିରଜାଙ୍କ ପଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଅନ୍ୟତମ ଅତିଥି ତଥା ପ୍ରଶିକ୍ଷକ ଅରବିନ୍ଦ ଦାସ ଏବଂ ନନ୍ଦିଘୋଷ ସାଟେଲାଇଟ୍ ଚ୍ୟାନେଲର ଯଯାତି କେଶରୀ ମହାନ୍ତି ଯୋଗଦେଇ ବିଭିନ୍ନ ପ୍ରକାର ମିଡିଆ, ଓ ଏହାର କାର୍ଯ୍ୟପ୍ରଣାଳୀ ଓ ସାମ୍ବାଦିକତା କ୍ଷେତ୍ରରେ ଡିଜିଟାଲ ମିଡିଆର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସାଙ୍ଗଠନିକ ସମ୍ପାଦକ ଗୌରାଙ୍ଗ ଚରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିଥିଲେ। ଶିବିରର ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁରର ବିଧାୟିକା ସୁଜାତା ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇଥିଲେ। ସମ୍ବାଦ ପରିବେଷଣରେ ଡିଜିଟାଲ ମିଡିଆର ଭୂମିକା, ସାମ୍ବାଦିକଙ୍କ ଦାୟିତ୍ୱ ଏବଂ ସତ୍ୟ ଓ ନିର୍ଭରଯୋଗ୍ୟ ତଥ୍ୟ ଉପରେ ଗୁରୁତ୍ୱ ଦେବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ରାଜ୍ୟର ୧୩ଟି ଜିଲ୍ଲାରୁ ଆସିଥିବା ସାମ୍ବାଦିକମାନେ ଏହି ଶିବିରରେ ଯୋଗଦେଇ ଡିଜିଟାଲ ସାମ୍ବାଦିକତା ସମ୍ପର୍କରେ ଉପଯୁକ୍ତ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରର ଖ୍ୟାତିସମ୍ପନ୍ନ ବ୍ୟକ୍ତିଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଂଶଗ୍ରହଣକାରୀ ସାମ୍ବାଦିକମାନଙ୍କ ପାଇଁ ପ୍ରାତଃ ଜଳଖିଆ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଶେଷରେ ସଂଘର ସମ୍ପାଦକ କବିରାଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Aug 23, 2026 - 21:54
 0  26
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0