ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ଜିଲ୍ଲା କମିଟି ଗଠନ,

ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ଜିଲ୍ଲା କମିଟି ଗଠନ ଯାଜପୁର:ଓଡ଼ିଶାର ସର୍ବପୁରାତନ ସାମ୍ବାଦିକ ସଙ୍ଘ ଓଡିଶା ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ସାଙ୍ଗଠନିକ ବୈଠକ ଓ କର୍ମକର୍ତା ଚୟନ ସହିତ ଜିଲ୍ଲା କମିଟି ଗଠନ କରାଯାଇଛି.ଉକ୍ତ ବୈଠକରେ ଦୈନିକ ଓଡ଼ିଆ ଖବରକାଗଜ ପ୍ରିୟ ଖବରର ଯାଜପୁର ଓ ଭଦ୍ରକ ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ କାହ୍ନୁ ଚରଣ ଜେନା ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେବା ସହିତ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା.ପରେ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ.ଉକ୍ତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ କାମିନୀ ରଞ୍ଜନ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ.ସେହିପରି ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଦୀପକ କୁମାର ନାୟକ ମୁଖ୍ୟ ବକ୍ତା ଭାବେ,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦୁର୍ଯ୍ୟଧନ ମହାରଣା ସମ୍ମାନିତ ଅତିଥି ରୂପେ,ସଂଘର ଜାତୀୟ କାଉନସିଲ ମେମ୍ବର ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ଓ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଗୋପାଳ ସୁତାର ଅନ୍ୟତମ ଅତିଥି ରୂପେ ମଞ୍ଚାସିନ ହୋଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ.ପରେ ଓଡିଶା ସାମ୍ବାଦିକ ସଙ୍ଘର ରାଜ୍ୟ ପଦାଧିକାରୀ ଓ କର୍ମକର୍ତା ମାନଙ୍କ ସମ୍ମତି ଅନୁସାରେ ଶ୍ରୀଯୁକ୍ତ ସରୋଜ କୁମାର ଧଳଙ୍କୁ ଓଡିଶା ସାମ୍ବାଦିକ ସଂଘର ଯାଜପୁର ଜିଲ୍ଲା ଶାଖାର ସଭାପତି,ଶ୍ରୀଯୁକ୍ତ କାହ୍ନୁ ଚରଣ ଜେନାଙ୍କୁ ଉପସଭାପତି,ଶ୍ରୀଯୁକ୍ତ ଉତ୍ତମ କୁମାର ଦାସଙ୍କୁ ସାଧାରଣ ସମ୍ପାଦକ,ଶ୍ରୀଯୁକ୍ତ ବିଜୟ କୁମାର ବାରିକଙ୍କୁ ସହ ସମ୍ପାଦକ,ଶ୍ରୀଯୁକ୍ତ ଜୟନ୍ତ କୁମାର ପଣ୍ଡାଙ୍କୁ କୋଷାଧକ୍ଷ ଓ ଶ୍ରୀଯୁକ୍ତ ଗୋପାଳ ସୁତାରଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି.ଚୟନ କରାଯାଇଥିବା ଜିଲ୍ଲା କମିଟିର ପଦାଧିକାରୀ ମାନଙ୍କ ନେତୃତ୍ୱରେ ଆଗାମୀ ଦିନରେ ଓଡିଶା ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲାର ସାଙ୍ଗଠନିକ ଆହୁରି ସୁଦୃଢ କରିବା ସହିତ ସଦା ସର୍ବଦା ସାଧାରଣ ଲୋକଙ୍କ ସମସ୍ୟାକୁ ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚାଇବାକୁ ଶତ ପ୍ରତିଶତ କାର୍ଯ୍ୟ କରାଯିବ ବୋଲି ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ନାୟକ ପ୍ରକାଶ କରିଛନ୍ତି.ଶେଷରେ ସଂଘର ଯାଜପୁର ଜିଲ୍ଲା ଶାଖା ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ଧଳ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା. ସରୋଜ କୁମାର ଧଳ,ଙ୍କ ରିପୋର୍ଟ ଓମ ମିଡ଼ିଆ,

Mar 29, 2026 - 19:57
 0  10
ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ଜିଲ୍ଲା କମିଟି ଗଠନ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0