କଣ୍ଟାପାଳରେ ରକ୍ତଦାନ ଶିବିର ୪୨ ୟୁନିଟ ରକ୍ତ ସଂଗ୍ରହ,,

କଣ୍ଟାପାଳରେ ରକ୍ତଦାନ ଶିବିର ୪୨ ୟୁନିଟ ରକ୍ତ ସଂଗ୍ରହ । କାମାକ୍ଷାନଗର - କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଳ କଲ୍ୟାଣ ମଣ୍ଡପ ଠାରେ ସେବାର୍ଥେ ଯୁବ ସମାଜ କଣ୍ଟାପାଳ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ବିଡ଼ିଓ ଯଶୋବନ୍ତ ଦେହୁରୀ, କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରା,କଣ୍ଟାପାଳ ସରପଞ୍ଚ ତିଳୋତମା ସିଂହ, ଏମବିକେ ଦମୟନ୍ତି ମହାନ୍ତ,ମା' ଚର୍ଚିକା ଯାତ୍ରା କମିଟିର ସଭାପତି ଦୁଃଶାସନ ସିଂହ,ସମଗ୍ର ଓଡିଶା ସେବା ଅଭିଯାନ ମୁଖ୍ୟ ସଚେତକ ବିଭୁ ପ୍ରସାଦ ଶତପଥୀ,ରାସୋଳ ଜନ ମଙ୍ଗଳ ସଂଗଠନ ସଭାପତି ନିରୂପମା ମିଶ୍ର ପ୍ରମୁଖ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।ଏହି ଶିବିରରେ ୪୨ ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।ଅତିଥିମାନେ କହିଥିଲେ ରକ୍ତଦାନ ଏକ ମହତ କାମ ।କଣ୍ଟାପାଳର ସେବାର୍ଥେ ଯୁବ ସମାଜର ଆଗ୍ରହୀ ଯୁବକ ଯେଉଁମାନେ ଏହି ରକ୍ତଦାନ ଶିବିର ଆୟୁଜନ ଓ ରକ୍ତଦାନ କରିଛନ୍ତି ସେମାନଙ୍କୁ ଅଞ୍ଚଳ ବାସୀ ପ୍ରଶଂସା କରିଥିଲେ ।ରକ୍ତ ଅଭାବରୁ କେହି ମୃତ୍ୟୁ ମୁଖରେ ନପଡ଼ନ୍ତୁ ସେ ଆହ୍ୱାନ କରିଥିଲେ ।ଢେଙ୍କାନାଳ ବ୍ଲଡ଼ ବ୍ୟାଙ୍କର ରାକେଶ କୁମାର ବେହେରା,ପ୍ରେମାନନ୍ଦ ପଣ୍ଡା,ସୌମ୍ୟ ରଞ୍ଜନ ମହାନ୍ତି,ଅଜୟ ସ୍ବାଇଁ,ବରୁଣ ସାହୁ,ତପନ ଜେନା ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।ଏହି ରକ୍ତଦାନ ଶିବିରରେ ସେବାର୍ଥେ ଯୁବ ସମାଜ କଣ୍ଟାପାଳ ପକ୍ଷରୁ ପ୍ରଦୀପ୍ତ ବାରିକ,ସତ୍ୟବାନ ମହାନ୍ତ,ଜୟନ୍ତ ବେହେରା,ସୁଦର୍ଶନ ମହାନ୍ତ,ମୁଚିରାମ ସୋରେନ,ବଳଭଦ୍ର ସାହୁ,ସୁନୀଲ ପାତ୍ର,ରଞ୍ଜନ ପାତ୍ର,ନବିନା ପାତ୍ର,ଅନୀଲ ରଣା,ପ୍ରସନ୍ନ ବେହେରା,ସୁବାଷ ସାହୁ,ସରୋଜ ସାହୁ,ଅଜିତ ମହାନ୍ତ,ଦୀପକ ବେହେରା, ଚିନ୍ମୟ ସାହୁ,ଦୀପକ ସିଂହ, ତପନ ଜେନା ପ୍ରମୁଖ ରକ୍ତଦାନ ଶିବିରରେ ସହଯୋଗ କରିଥିଲେ ।କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,

Apr 5, 2026 - 20:58
 0  24
କଣ୍ଟାପାଳରେ ରକ୍ତଦାନ ଶିବିର ୪୨ ୟୁନିଟ ରକ୍ତ ସଂଗ୍ରହ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0