କାଗଜପତ୍ରରେ ଯୋଜନା,ହେଲେ ବାସ୍ତବତାରେ ଅସହାୟ! ବୃଦ୍ଧାବସ୍ଥାରେ ଭତ୍ତା ପାଇଁ ଦ୍ଵାରଦ୍ଵାର ବୁଲୁଛନ୍ତି ରାଇଘରର ଅସହାୟ ବୃଦ୍ଧା କମଳା ଦେଇ ଗଣ୍ଡ,,

କାଗଜପତ୍ରରେ ଯୋଜନା,ହେଲେ ବାସ୍ତବତାରେ ଅସହାୟ! ବୃଦ୍ଧାବସ୍ଥାରେ ଭତ୍ତା ପାଇଁ ଦ୍ଵାରଦ୍ଵାର ବୁଲୁଛନ୍ତି ରାଇଘରର ଅସହାୟ ବୃଦ୍ଧା କମଳା ଦେଇ ଗଣ୍ଡ ତା୦୩/୦୯/୨୦୨୬,ଗୁରୁବାର, ନବରଙ୍ଗପୁର । ରିପୋର୍ଟର ବିଭୁ ପ୍ରସାଦ ଶତପଥୀ ​ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁରାଚେତା ପଞ୍ଚାୟତର କୂଶରାପାଣି ଗ୍ରାମରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାର୍ଦ୍ଧକ୍ୟର ଅପରାହ୍ନରେ ଯେଉଁ ସରକାରୀ ଭତ୍ତା ଜଣେ ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ଶେଷ ଭରସା ପାଲଟିଥାଏ, ସେହି ଅଧିକାରରୁ ବଞ୍ଚିତ ହୋଇ ଦ୍ଵାରଦ୍ଵାର ବୁଲୁଛନ୍ତି କମଳା ଦେଇ ଗଣ୍ଡ। ​ସରକାରଙ୍କ ମାଳମାଳ ଜନକଲ୍ୟାଣକାରୀ ଯୋଜନା ରହିଥିଲେ ମଧ୍ୟ ପ୍ରକୃତ ଯୋଗ୍ୟ ହିତାଧିକାରୀମାନେ ଏହାର ଲାଭରୁ ବଞ୍ଚିତ ହେବା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ କମଳା ନୁହନ୍ତି, ଅଞ୍ଚଳର ଅନେକ ଅସହାୟ ବୃଦ୍ଧବୃଦ୍ଧା ଆଜି ମଧ୍ୟ ସେମାନଙ୍କ ହକ୍‌ର ସହାୟତା ପାଇଁ ଅପେକ୍ଷା କରିଛନ୍ତି। ​🙏 ବିନମ୍ର ନିବେଦନ: ମାନବୀୟ ଦୃଷ୍ଟିକୋଣରୁ ପ୍ରଶାସନ ତୁରନ୍ତ ଏହି ଆବେଦନଗୁଡ଼ିକୁ ଯାଞ୍ଚ କରୁ ଏବଂ ଯୋଗ୍ୟ ବୃଦ୍ଧବୃଦ୍ଧାଙ୍କୁ ସେମାନଙ୍କ ପ୍ରାପ୍ତ ସରକାରୀ ଭତ୍ତା ପ୍ରଦାନ କରୁ।

Sep 3, 2026 - 22:40
 0  2
କାଗଜପତ୍ରରେ ଯୋଜନା,ହେଲେ ବାସ୍ତବତାରେ ଅସହାୟ! ବୃଦ୍ଧାବସ୍ଥାରେ ଭତ୍ତା ପାଇଁ ଦ୍ଵାରଦ୍ଵାର ବୁଲୁଛନ୍ତି ରାଇଘରର ଅସହାୟ ବୃଦ୍ଧା କମଳା ଦେଇ ଗଣ୍ଡ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0