ଚାଳକଙ୍କ ଦରମା ରେ ଅନିୟମିତତା ନେଇ ଲକ୍ଷ୍ମୀବସ ବନ୍ଦ,
ଚାଳକଙ୍କ ଦରମା ରେ ଅନିୟମିତତା ନେଇ ଲକ୍ଷ୍ମୀବସ ବନ୍ଦ, କାମାକ୍ଷାନଗର, କାମାକ୍ଷାନଗର ବ୍ଲକରେ ଯାତାୟାତ ର ସୁବିଧା ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ମୀବସ ଚଳାଚଳ ରେ ବ୍ୟବସ୍ଥା କରିଥିବା ବେଳେ ମଙ୍ଗଳବାର ଚାଳକ ମାନେ ସେମାନଙ୍କର ମାସିକ ଦରମା ରେ ଅନିୟମିତତା ଥିବାରୁ ବସ ନଚଳାଇ ବନ୍ଦ ରଖିଥିଲେ l ଫଳରେ ବ୍ଲକ ର ବିଭିର୍ନ୍ନ ପ୍ରାନ୍ତ କୁ ଯିବା ପାଇଁ ଆସିଥିବା ବହୁ ଯାତ୍ରୀ ନିରାଶ ହୋଇଥିବାର ଜଣାଯାଇଛି l ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକର ପଞ୍ଚାୟତ କୁ ଯାତାୟାତ ସକାଶେ ଲକ୍ଷ୍ମୀ ବସ ର ସୁବିଧା କରାଯାଇଛି l ବସ ଚଳାଇବା ସକାଶେ ନିଯୁକ୍ତ ଚାଳକ ମାନଙ୍କୁ ଧାର୍ଯ୍ୟ ପାଉଣା ପ୍ରଦାନ କରାଯାଉ ନଥିବା ବେଳେ ଗତ ମାସରେ କାର୍ଯ୍ୟରତ ଚାଳକ ମାନେ ନିଜର ଧାର୍ଯ୍ୟ ପାଉଣା ରୁ ବଞ୍ଚିତ ରହିଛନ୍ତି l ଫଳରେ ସମସ୍ତ ଚାଳକ ଆଜି ପୂର୍ବାହ୍ନରେ ବସ ପାଖକୁ ଆସିଥିଲେ ହେଁ ବସ ଚଳାଇ ନଥିଲେ l ବସ ଗୁଡିକ ଷ୍ଟାଣ୍ଡରେ ଠିଆ ହୋଇ ରହିଥିଲା l ଖବରପାଇ ବିଭାଗୀୟ ଜିଲା ପରିଚାଳକ କିସାନ ଦାସ ଚାଳକମାନଙ୍କ ପାଖରେ ପହଞ୍ଚି ବହୁ ବୁଝାସୁଝା କରି ୨ ଦିନ ମଧ୍ୟରେ ବିହିତ ପଦକ୍ଷେପ ନେବା ସକାଶେ ପ୍ରତିଶୃତି ପ୍ରଦାନ କରିବା ପରେ ଚଲାକମାନେ ଅପରାହ୍ନରେ ବସ କୁ ଗନ୍ତବ୍ୟ ପଥରେ ଚଳାଇଥିଲେ l ଦିଲ୍ଲୀପ କୁମାର ନାୟକ, ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0