ଚିଲିକାରେ ଅଥଳ ଜଳରାଶି ରେ ଅନନ୍ୟ ‘ଜଳ ରଥଯାତ୍ରା’। ତା18/07/2026, ଶନିବାର।
ଚିଲିକାରେ ଅଥଳ ଜଳରାଶି ରେ ଅନନ୍ୟ ‘ଜଳ ରଥଯାତ୍ରା’। ତା18/07/2026, ଶନିବାର। କାଙ୍କଣଶିଖରୀ,ଚିଲିକା,ବାଲୁଗାଁ,ଖୋର୍ଦ୍ଧା। ବାଲୁଗାଁ ଖୋର୍ଦ୍ଧା ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଶ୍ୱପ୍ରସିଦ୍ଧ ରଥଯାତ୍ରl,ଏସିଆ ମହାଦେଶର ସର୍ବବୃହତ ଲୁଣି ହ୍ରଦ ଚିଲିକା ହ୍ରଦ ମଧ୍ୟରେ ଥିବା କାଙ୍କଣଶିଖରୀ ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ସମ୍ପୂର୍ଣ୍ଣ ଭିନ୍ନ ଓ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି।ଏଠାରେ ସୁସଜ୍ଜିତ ନୌକା ହିଁ ସାଜିଥାଏ ମହାପ୍ରଭୁଙ୍କ ରଥ ଏବଂ ଚିଲିକାର ଅଥଳ ନୀଳ ଜଳରାଶି ପାଲଟି ଯାଏ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ । କାଙ୍କଣ ଶିଖରୀରେ ମହାପ୍ରଭୁଙ୍କ ଆରାଧନା ପଛରେ ରହିଛି ଓଡ଼ିଶା ଇତିହାସର ଏକ ସଂଘର୍ଷପୂର୍ଣ୍ଣ ଅଧ୍ୟାୟ।ମୋଗଲ ଶାସକ ମହମ୍ମଦ ତକି ଖାଁ ଙ୍କର ଶ୍ରୀମନ୍ଦିର ଉପରେ ବାରମ୍ବାର ଆକ୍ରମଣ ଓ ମହାପ୍ରଭୁଙ୍କ ବିଗ୍ରହ ସୁରକ୍ଷା ପାଇଁ ସେବାୟତ ମାନେ ଚିଲିକା ହ୍ରଦ ଭିତରେ ଥିବା ଏହି ଗୁପ୍ତ ଟାପୁରେ ଶ୍ରୀଜିଉମାନଙ୍କୁ ନିରାପଦରେ ରଖି ପୂଜା ଅର୍ଚ୍ଚନା କରୁଥିଲେ।ଟାପୁରେ ଗୁପ୍ତବାସ ସମୟରେ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିର ଭଳି ଛପନ ଭୋଗର ବ୍ୟବସ୍ଥା ନଥିଲା। ସେହି ଜଳ ଓ ଜଙ୍ଗଲ ଘେରା ନିର୍ଜନ ସ୍ଥାନରେ ପ୍ରାକୃତିକ ଭାବେ ମିଳୁଥିବା ବଣୁଆ କାଙ୍କଡ଼କୁ ଶ୍ରଦ୍ଧାର ସହ ରୋଷେଇ କରି ପ୍ରଭୁଙ୍କୁ ଭୋଗ ଲଗାଯାଉଥିଲା।ଏହି କାଙ୍କଡ଼ ଭୋଗ ପାଇଁ ସ୍ଥାନଟିର ନାମ ପରବର୍ତ୍ତୀ ସମୟରେ କାଙ୍କଣଶିଖରୀ ଭାବେ ପ୍ରସିଦ୍ଧି ଲାଭ କରିଥିବା ଜଣାପଡିଛି। ଭକ୍ତଙ୍କ ପ୍ରବଳ ଭିଡ ଦୃଷ୍ଟିରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ପୋଲିସ ଓ ମନ୍ଦିର ପରିଚାଳନା କମିଟି ତଥା ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ବିଶ୍ୱରେ ଏକମାତ୍ର ‘ଜଳ ରଥଯାତ୍ରା’ ଅନୁଷ୍ଠିତ ହୁଏ । ଜୟ ଶ୍ରୀ ଜଗନ୍ନାଥ,,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0