ଛିଡା ହୋଇଥିବା ଟ୍ରକ କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହି ବସ୍।
ଛିଡା ହୋଇଥିବା ଟ୍ରକ କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହି ବସ୍। ।ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ମୟୂର ହୋଟେଲ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇ ଥିବା (OD 29 C 2325) ନମ୍ବର ବିଶିଷ୍ଟ ଏକ ଟ୍ରକକୁ କୋଲକାତାରୁ ଭଦ୍ରକ ଅଭିମୁଖେ ଆସୁଥିବା ପାଣି କୋଚ୍ ନାମକ ଏକ ଯାତ୍ରୀବାହୀ ବସ୍ (OD 05 C 0027) ପଛ ପଟୁ ଧକ୍କା ଦେଇଥିଲା। ଯାହା ଫଳରେ ବସ୍ ର ସମ୍ମୁଖ ପାର୍ଶ୍ୱ ସମୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ବସ ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।ଘଟଣା ସ୍ଥଳରେ ଉଭୟ ଟ୍ରକ୍ ଓ ବସ୍ ଦୁଇଟି ଛିଡା ହୋଇ ଥିବା ଦେଖିବାକୁ ମିଳିଥିଲା ବେଳେ ସୋର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ବାଲେଶ୍ଵର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0