ଜିଲ୍ଲା ସ୍ତରୀୟ ଅଂଶୁଘାତ ସମ୍ବଦ୍ଧିୟ ସଚେତନତା କାର୍ଯ୍ୟକର୍ମ ୨୦୨୬

ଜିଲ୍ଲା ସ୍ତରୀୟ ଅଂଶୁଘାତ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ -୨୦୨୬ ------------------- ଯାଜପୁର,୨୧/୦୩(ସରୋଜ କୁମାର ଧଳ :ଏଡିଟର :ଓମ ମିଡ଼ିଆ ଯାଜପୁର ଟାଉନ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯାଜପୁର ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ତରଫରୁ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ଅଂଶୁଘାତ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ -୨୦୨୬ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ ତଥା ଯାଜପୁର ମୁନିସିପାଲିଟି ଅନ୍ତର୍ଗତ କଲେଜ ଓ ସ୍କୁଲମାନଙ୍କର ଅଧକ୍ଷ, ପ୍ରଧାନଶିକ୍ଷକ ଓ ଶିକ୍ଷକଶିକ୍ଷୟତ୍ରୀମାନେ ଯୋଗଦାନ କରିଥିଲେ l ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତିଙ୍କ ସଭାପତିତ୍ୱରେ ଉକ୍ତ ସଚେତନତା ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଆଲୋକ କୁମାର ବନ୍ଧ, ମୁଖ୍ୟବକ୍ତା ରୂପେ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା, ଶ୍ରୀନିବାସ ପଣ୍ଡା, ସମ୍ମାନିତ ଅତିଥି ଭାବେ ବି ଇ ଓ, ଦଶରଥପୁର, ବି ଇ ଓ, ବରୀ, ଏ ବି ଇ ଓ, ଯାଜପୁର ଓ ଏ ବି ଇ ଓ, ବିଂଝାରପୁର ଅଂଶଗ୍ରହଣ କରିଥିଲେ l ମୁଖ୍ୟବକ୍ତା ନିଜର ବକ୍ତବ୍ୟରେ ଗ୍ରୀଷ୍ମ ପ୍ରଭାହ ସମୟରେ କଣ କରିବା ଓ କଣ ନକରିବା, ସରକାରଙ୍କ ଦ୍ଵାରା ପ୍ରସାରଣ କରାଯାଉଥିବା ବିଭିନ୍ନ ସୂଚନାକୁ ପ୍ରତ୍ୟେକ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମତ ପୋଷଣ କରିଥିଲେ l ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଗ୍ରୀଷ୍ମ ପ୍ରଭାହ ସମୟରେ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦ୍ୟାଳୟରେ ପିଇବା ପାଣି, ଗ୍ଲୁକୋଜ, ଓ ଆର ଏସ ମହଜୁଦ ରଖିବା ସହ ଅଂଶୁଘାତ ପାଇଁ ଏକ ସ୍ୱତନ୍ତ୍ର କୋଠରୀ କରିବା ପାଇଁ ମତ ପ୍ରକାଶ କରିଥିଲେ l ଶେଷରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁପ୍ରଭା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀମାନେ ସହଯୋଗ କରିଥିଲେ l

Mar 21, 2026 - 09:50
 0  8
ଜିଲ୍ଲା ସ୍ତରୀୟ ଅଂଶୁଘାତ ସମ୍ବଦ୍ଧିୟ ସଚେତନତା କାର୍ଯ୍ୟକର୍ମ ୨୦୨୬

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0