ବାବା ପଶ୍ଚିମେଶ୍ୱରଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସାମୁହିକ ଦୀପ ଦାନ।
ବାବା ପଶ୍ଚିମେଶ୍ୱରଙ୍କ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସାମୁହିକ ଦୀପ ଦାନ। ତା୧୭/୦୯/୨୦୨୬, ଗୁରୁବାର। ଢେଙ୍କାନାଳ ସଦର, ଢେଙ୍କାନାଳ ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମଦିନ ଅବସରରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଛଦେଶ ଅଞ୍ଚଳର ପ୍ରସିଦ୍ଧ ବାବା ପଶ୍ଚିମେଶ୍ୱରଙ୍କ ମନ୍ଦିରରେ ବିଜେପି ଦଳୀୟ ନେତା,ମହିଳା କର୍ମୀ ଓ କର୍ମୀଙ୍କ ପକ୍ଷରୁ ସାମୁହିକ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥତା କାମନା କରି ବିଜେପି କର୍ମୀମାନେ ମନ୍ଦିର ପରିସରରେ ଶତାଧିକ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0