ଜିଲ୍ଲାସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଆୟୋଜିତ

ଜିଲ୍ଲାସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଆୟୋଜିତ ଯାଜପୁର, ୧୫/୦୪(ଓମ ମିଡ଼ିଆ:ଜୟନ୍ତ କୁମାର ପଣ୍ଡା) ସ୍ଥାନୀୟ ମିଶନ ଶକ୍ତି ଭବନଠାରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସୁରେଶ କୁମାର ମଲ୍ଲିକ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ସୁବ୍ରତ ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ (ମୃତ୍ତିକା ସଂରକ୍ଷଣ) ଶ୍ରୀ ରମାକାନ୍ତ ପରିଡ଼ା, ମତ୍ସ୍ୟ ବିଭାଗ ଅଧିକାରୀ ମନସ୍ମିତା ନାୟକ, ଜାତୀୟ ଉଦ୍ୟାନ କୃଷି ବୋର୍ଡର ଉପନିର୍ଦ୍ଦେଶକ ଶ୍ରୀ ଭି. ନରେନ୍ଦ୍ର ନନ୍ଦେଶ୍ୱର, ଉଦ୍ୟାନ କୃଷିବିଜ୍ଞାନୀ ଶ୍ରୀମତୀ ବବିତା ମିଶ୍ର ଏବଂ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରାଧେଶ୍ୟାମ ବେହେରା ଅତିଥି ଭାବେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ୧୦ ଟି ବ୍ଲକର ୧୦୦ ରୁ ଉର୍ଦ୍ଧ୍ବ ଚାଷୀ ଅଂଶଗ୍ରହଣ କରିଥିଲେ। ଏଥିରେ ଜିଲ୍ଲାପାଳ କେବଳ ପାରମ୍ପରିକ ଚାଷ ମଧ୍ୟରେ ସୀମିତ ନ ରହି ଫସଲ ବିବିଧିକରଣକୁ ଆପଣାଇବା, ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଉଦ୍ୟୋଗୀ ଭାବେ ପରିଣତ ହେବା ଏବଂ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ସ୍ୱଳ୍ପ ଜମିରୁ ବିଭିନ୍ନ ଅଧିକ ଉତ୍ପାଦକତା ବଢ଼ାଇବା ଦିଗରେ ଆଲୋକପାତ କରାଇଥିଲେ। ଉଦ୍ୟାନ କୃଷି ବିଭାଗର ବିଭିନ୍ନ ସରକାରୀ ଯୋଜନା ବିଷୟରେ ମଧ୍ୟ ଚାଷୀମାନଙ୍କୁ ଅବଗତ କରାଯାଇଥିଲା । ସେହିଭଳି କେନ୍ଦ୍ରୀୟ ଯୋଜନାରେ ସୁରକ୍ଷିତ ପଦ୍ଧତିରେ ଫୁଲ ଓ ପନିପରିବା ଚାଷ ବିଷୟରେ ଉପନିର୍ଦ୍ଦେଶକ ଶ୍ରୀ ନନ୍ଦେଶ୍ୱର ଚାଷୀମାନଙ୍କୁ ଜଣାଇଥିଲେ। ପରିଶେଷରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ହିରଣ୍ମୟୀ ପ୍ରଧାନ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

Apr 16, 2026 - 21:41
 0  2
ଜିଲ୍ଲାସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଆୟୋଜିତ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0