ଟାଟା ପାୱାର କମ୍ପାନୀ ପକ୍ଷରୁ ବିଦ୍ୟୁତ ବିଛିନ୍ନ ଦାବିରେ ମହିଳାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ,,
ଟାଟା ପାୱାର କମ୍ପାନୀ ପକ୍ଷରୁ ବିଦ୍ୟୁତ ବିଛିର୍ନ୍ନ ଦାବିରେ ମହିଳାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କାମାକ୍ଷାନଗର, କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ଗ୍ରାମର ଦେହୁରୀ ବସ୍ତିରେ ଟାଟା ପାୱାର କମ୍ପାନୀ ପକ୍ଷରୁ ବକେୟା ବିଲ ଦର୍ଶାଇ ବିଦ୍ୟୁତ ବିଛିର୍ନ୍ନ କରାଯାଇଥିଲା l ଏହାର ପ୍ରତିବାଦ ରେ ବସ୍ତିର ମହିଳାମାନେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିଲେ l କାନପୁରା ଗ୍ରାମ ର ଦେହୁରୀ ବସ୍ତିରେ ବିଦ୍ୟୁତ ବିଲ ବକେୟା ଥିବାର ଦର୍ଶାଇ ଟାଟା ପାୱାର କମ୍ପାନୀ ପକ୍ଷରୁ ବିଦ୍ୟୁତ ବିଛିର୍ନ୍ନ କରାଯାଇଥିଲା l କିନ୍ତୁ ବିଦ୍ୟୁତ ବିଲ ପୈଠ କରିଥିବାର ଦର୍ଶାଇ ମହିଳାମାନେ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଫାଟକ କୁ ବନ୍ଦ କରି ବସିରହିଥିଲେ l ଫଳରେ କାର୍ଯ୍ୟାଳୟ ରୁ ବାହାରକୁ କେହି ଯିବା ସମ୍ଭବ ହୋଇ ପାରିନଥିଲା l ଖବର ପାଇ ସ୍ଥାନୀୟ ବିଧାୟକ ଶତ୍ରୁଘ୍ନ ଜେନା ମହିଳାମାନଙ୍କ ପାଖରେ ପହଞ୍ଚି ଆଲୋଚନା କରିଥିଲେ l ପରେ ବିଧାୟକ ଶ୍ରୀ ଜେନା ବିଦ୍ୟୁତ ସଂଯୋଗ କରିବାକୁ କହିବାରୁ ବିଭାଗୀୟ କର୍ମଚାରୀମାନେ ବସ୍ତିରେ ପହଞ୍ଚି ବିଦ୍ୟୁତ ସଂଯୋଗ କରିଥିଲେ l ବିଦ୍ୟୁତ ସଂଯୋଗ କରିବାର ଖବର ପାଇବା ପରେ ମହିଳାମାନେ ଫାଟକ ସମ୍ମୁଖରୁ ଉଠି ବସ୍ତିକୁ ଫେରିଥିଲେ l ଏହି ଖବର ପ୍ରଚାର ହେବା ପରେ ଟାଟା କମ୍ପାନୀରେ ମନମୁଖୀ କାର୍ଯ୍ୟାଧାରା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକଶ ପାଇଛି | କାମାକ୍ଷାନଗର ରୂ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0