ଦଶରଥପୁର ବ୍ଲକ ରେ ଅଗ୍ନି ନିରାପତ୍ତା ନାହିଁ ଅଘଟଣ ଘଟିଲେ ଦାୟି ରହିବ କିଏ?

ଦଶରଥପୁର ବ୍ଲକ ରେ ଅଗ୍ନି ନିରାପତ୍ତା ନାହିଁ ଅଘଟଣ ଘଟିଲେ ଦାୟୀ ରହିବ କିଏ ? ତା-୨୪/୦୩/୨୬ ଦଶରଥପୁର ରିପୋର୍ଟର-ମାନସ କୁମାର ସାହୁ କଟକ ଏସ୍. ସି.ବି ମେଡିକାଲ ଆଇ ସି ୟୁ ରେ ସଟସର୍କିଟ ଯୋଗୁଁ ୧୩ ଜଣ ନିରୀହ ରୋଗୀଙ୍କ ପ୍ରାଣ ହାନି ଘଟଣା ସାରା ରାଜ୍ୟରେ ଚ଼ହଳ ପକାଇଥିଲା. ଏହି ପରିପ୍ରେକ୍ଷୀ ରେ ଦଶରଥପୁର ବ୍ଲକ ପରିସରରେରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଯାହା ଦେଖିବାକୁ ମିଳିଛି. ପରିତାପର ବିଷୟ କୌଣସି ବି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକର ପ୍ରକୋଷ୍ଠ ରେ ଅଗ୍ନନିର୍ବାପକ ଯନ୍ତ୍ର ର ସିଲିଣ୍ଡର ଲାଗି ନଥିବା ଦୃଶ୍ୟମାନ ହେଉଛି. ଯାହାକୁ ନେଇ ଦଶରଥପୁର ବ୍ଲକ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ଦେଖାଦେଇଛି. ଦଶରଥପୁର ବ୍ଲକ ୩୫ଟି ପଞ୍ଚାୟତକୁ ନେଇ ଗଠିତ ଦୈନିକ ବିଭିନ୍ନ ପ୍ରକାରର କାର୍ଯ୍ୟ ନିମନ୍ତେ ଶତାଧିକ ଜନସାଧାରଣ ଏଠାକୁ ଆସିଥାଆନ୍ତି. ବିଶେଷତଃ ମଧୁବାବୁ ପେନ୍‌ସନ୍(ଭତ୍ତା) ଏବଂ ରାସନ କାର୍ଡ଼ ବିଭାଗ ସହ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ବିଭାଗ ଗୁଡ଼ିକରେ ବହୁ ଭିଡ଼ ହୋଇଥାଏ. ଯାହାକୁ ଆଖି ଆଗରେ ରଖି ବ୍ଲକ୍ ପ୍ରଶାସନ ପକ୍ଷରୁ ପ୍ରାଥମିକ ଅବସ୍ଥାରେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବସ୍ଥା କରାଯିବା କଥା କିନ୍ତୁ ତାହା କରାଯାଇ ନାହିଁ. ଯଦି ବ୍ଲକ୍ ପରିସର ମଧ୍ୟରେ କୌଣସି ଅଗ୍ନିକାଣ୍ଡ ଘଟେ ତେବେ ବଡ଼ ଧରଣର ଅଘଟଣ ଏଡ଼ାଇ ଦିଆଯାଇ ପାରିବ ନାହିଁ. ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଓ କମ୍ପୁଟର ସହ ଅନ୍ୟାନ୍ୟ ଆସବାବପତ୍ର ନିଆଁ କବଳରୁ ଉଦ୍ଧାର କରାଯାଇ ପାରିବ ତ ? ଏଠି ପ୍ରଶ୍ନ ଉଠେ ଯଦି କଟକ ଏସ୍.ସି.ବି ମେଡ଼ିକାଲ ଭଳି ସ୍ଥାନରେ ଅଗ୍ନିକାଣ୍ଡ ଘଟେ ତେବେ ଉକ୍ତ ଘଟଣା ପାଇଁ କିଏ ଦାୟୀ ରହିବେ ? ଦଶରଥପୁର ବ୍ଲକ ରେ କେଉଁଠି ଅଗ୍ନି ନିର୍ବାପକ ଯନ୍ତ୍ର ଅଛି ଓ କାହିଁକି ଲାଗି ନାହିଁ ବୋଲି ଏ ସମ୍ପର୍କରେ ବିଡ଼ିଓ ଆକାଶ ପଟ୍ଟନାୟକ ଙ୍କୁ ପଚ଼ାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ. ଏହି ଘଟଣାରେ ଦଶରଥପୁର ବ୍ଲକ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ କରାଯାଉଛି.

Mar 25, 2026 - 19:40
 0  4
ଦଶରଥପୁର ବ୍ଲକ ରେ ଅଗ୍ନି ନିରାପତ୍ତା ନାହିଁ ଅଘଟଣ ଘଟିଲେ ଦାୟି ରହିବ କିଏ?

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0