ନିର୍ଭୟରେ ଦିନ ଦ୍ୱିପ୍ରହରରେ ଘରେ ପଶି ଆତଙ୍କ |
ନିର୍ଭୟ ର ସହିତ ଦିନ ଦୀପ୍ରହରରେ ଘରେ ପଶି ଆତଙ୍କ ରାଜ,
ଯାଜପୁର /୧୨/୦୩/ଓମ ମିଡ଼ିଆ:ଏଡିଟର :ସରୋଜ କୁମାର ଧଳ
ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଅରଖପୁର ପଞ୍ଚାୟତ ଅରଖପୁର ଗ୍ରାମରେ ସତେ ଯେପରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି, ଆଇନ କାନୁନ ପ୍ରତି କାହାରି ଭୟ ନାହିଁ, କଣ କଲେ ଭଲ ହେବ କଣ କଲେ ମନ୍ଦ ହେବ ସେ କଥା କେହି ବୁଝିବା ପରିସ୍ଥିତିରେ ନାହାନ୍ତି,ସେ ଭଳି ହୃଦୟ ବିଦାରକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଅରଖପୁର ପଞ୍ଚାୟତ ଅରଖପୁର ଗ୍ରାମରେ, ଏହି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସିଂ ପୂର୍ବର ଗ୍ରାମରେ ଚୋରା ମଦ ବିକ୍ରି କୁ ବିରୋଧ ପ୍ରଦର୍ଶନ କରି ଆସୁଥିଲେ,କିନ୍ତୁ ଏବେ ଏହି ଅଞ୍ଚଳରେ କିଛି ଚୋରା ମଦ ବିକ୍ରି କରୁଥିବା ମାଫିଆ ମାନଙ୍କ ରୋଷର ଶିକାର ହେବାକୁ ପଡ଼ିଛି ପୂର୍ଣ୍ଣ ଚନ୍ଦ୍ର ସିଂ ର ପରିବାରକୁ,ସମୟ ୧୧ ଟା ୧୫ ପୁଅର ମେଡିସିନ ପାଇଁ ପୂର୍ଣ୍ଣ ଚନ୍ଦ୍ର ସିଂ ଙ୍କ ପତ୍ନୀ ମନ୍ଦାକିନୀ ସିଂ ସ୍ଥାନୀୟ ଅରଖପୁର ବଜାର ରୁ ଫେରୁଥିବା ସମୟରେ ରଞ୍ଜନ ସିଂ ଗୌତମ ସିଂ,ଦଶରଥ ସିଂ ଵେକ୍ତି ମିଳି ମିଶି ଦାଣ୍ଡ ମଝିରେ ଟଣା ଓଟଣା କରିବା ଓ ଗୌତମ ସିଂ ର ସ୍ତ୍ରୀ ଛବି ସିଂ ସେହି ସ୍ଥାନ କୁ ଆସି ତାଙ୍କ ସହିତ ସାମିଲି ହୋଇ ତାଙ୍କର ସବୁ ସ୍ତ୍ରୀ ଲୋକଙ୍କୁ ଏମିତି କରିବା ଦରକାର ବୋଲି କହିବା କେତେଦୂର ଠିକ୍,ଏହି ଖବର ପାଇ ମନ୍ଦାକିନୀ ସିଂ ସ୍ବାମୀ ପୂର୍ଣ୍ଣ ଚନ୍ଦ୍ର ସିଂ ବଡ଼ଚଣା ଥାନାର ଦ୍ୱାରସ୍ଥ ହେବାକୁ ଆସିଥିବା ବେଳେ ୮ ରୁ ୧୦ ଜଣ କୁନ୍ଦଳ ଗ୍ରାମର ସଂଗ୍ରାମ ବାରିକ ପିତା କାର୍ତ୍ତିକ ବାରିକ, ବିମ୍ବାଧର ବାରିକ ପିତା ଗଣେଶ୍ୱର ବାରିକ,ରାକେଶ ସେଠୀ ପିତା ଭରତ ସେଠି,ଜୟ କିଶନ ଜେନା ପିତା ଗଗନ ଜେନା, ସାମା ଦଳେଇ ପିତା ରଘୁ ଦଳେଇ,ବାବୁନା ଦଳେଇ ପିତା ସାମା ଦଳେଇ ଓ ଗରଗାଲି ଗ୍ରାମର ପ୍ରଶାନ୍ତ କୁମାର ସିଂ ପିତା ଗୋପାଳ ସିଂ ସହିତ ସଂଘବଧ ଭାବେ ମାରଣାଅସ୍ତ୍ର ଧରି ଫାର୍ଷା ଭୁଜାଲି,ଲୁହା ରଡ଼, ଠେଙ୍ଗା ହାତରେ ଧରି ଆସି ପ୍ରଥମେ ପୂର୍ଣ୍ଣ ଚନ୍ଦ୍ର ସିଂ ଙ୍କ ଘର ଆଗରେ ଲାଗିଥିବା ସି ସି କ୍ୟାମେରା କୁ ଭାଙ୍ଗିଦେଇଥିଲେ,ଏବଂ ଏହା ପରେ ପୂର୍ଣ୍ଣ ଚନ୍ଦ୍ର ସିଂ ଓ ତାଙ୍କ ଭାଇ ମାନେ କୁଆଡେ ଗଲେ ବୋଲି ଖୋଜିବା ସହ ଘରେ ପଶି ଘରର ଆସବାପତ୍ର ,ଫ୍ରିଜ୍, ଗଡରେଜ କୁ ଭାଙ୍ଗିବା ସହ ଘରେ ଥିବା ଟଙ୍କା ଓ ସୁନା ନେଇଯାଇଥିବା ସହ ଘରେ ଏକୁଟିଆ ଥିବା ୭୦ ବର୍ଷୀୟା ବୁଢ଼ୀ ମା ଏବଂ ପୂର୍ଣ୍ଣ ଚନ୍ଦ୍ର ସିଂ ଙ୍କ ଭାଇ ବୋହୂ କୁ ମଧ୍ୟ ଏମାନେ ଟଣା ଘୋଷଡା କରିଥିବା ଜଣାପଡ଼ିଛି,ଘଟଣା ସ୍ଥଳେ ବଡ଼ଚଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାପଡ଼ିଛି,ଏପରି ଘଟଣା କୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧି ଯିବି ମାନେ ନିନ୍ଦା କରିବା ସହିତ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0