ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଏ ୧ ଗ୍ରେଡ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା।
ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଏ ୧ ଗ୍ରେଡ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ଚଳିତ ୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ମୋଟ ପରୀକ୍ଷା ଦେଇଥିବା ,୨୦୭ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ଏ ୧ ଗ୍ରେଡ ରେ ୨୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବା ସହ ଶତ ପ୍ରତିଶତ ସଫଳତା ହାସଲ କରିଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ରୂପେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଉପସ୍ଥିତ ରହି ଏ ୧ ଗ୍ରେଡ ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ, ଓ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରିଥିଲେ । କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ବରଂ ବିଭିନ୍ନ କ୍ଷେତ୍ରର ଏହି ବିଦ୍ୟାଳୟଟି ଜିଲ୍ଳା ତଥା ରାଜ୍ୟରେ ସୁନାମ ଅର୍ଜନ କରି ଆମର ସମ୍ମାନ କୁ ଆହୁରି ବଢ଼ାଇ ପାରିଛି ବୋଲି ମୁଖ୍ୟ ଅତିଥି ପ୍ରକାଶ କରିବାସହ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ସମ୍ମାନିତ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି , ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ , ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ସାହୁ , ଶିକ୍ଷାବିତ ଲୋକନାଥ ଷଡଙ୍ଗୀ , ଶିକ୍ଷାବିତ କୈଳାଶ ଚନ୍ଦ୍ର ପୃଷ୍ଟି , ଵିଶିଷ୍ଟ ନାଟକର ତଥା ନାଟ୍ୟ ନିର୍ଦ୍ଦେଶକ ଦିନେଶ ଦାସ ଉପସ୍ଥିତ ଥିଲେ । ଚଳିତବର୍ଷ ବିଦ୍ୟାଳୟ ଜିଲ୍ଲାରେ ସର୍ବାଧିକ ଏ ୧ ଗ୍ରେଡ ହାସଲ କରିବା ସହ , ଛାତ୍ର ଅମନ କୁମାର ବେହେରା ଓ ଅରଣ୍ୟ କୁମାର ସାହୁ ସର୍ବାଧିକ ୫୭୯ ନମ୍ବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଅତିଥିବୃନ୍ଦ ଉଚ୍ଚ ପ୍ରଶଂସା କରିଥିଲେ । ସର୍ବାଧିକ ନମ୍ବର ରଖିଥିବା ଛାତ୍ର ଦ୍ୱୟଙ୍କୁ ପ୍ରତ୍ୟେକ ୧୦୦୦୦ ଟଙ୍କା ର ଚେକ୍ ପ୍ରଦାନ କରାଯିବାସହ ଅନ୍ୟ ମାନଙ୍କୁ ୨୦୦୦ଟଙ୍କା ଲେଖଏଁ ପ୍ରଦାନ କରାଯାଇଥିଲା । ଶିକ୍ଷକ ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ଧ୍ରୁବଚରଣ ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ସୁରେଶ କୁମାର ବିଶ୍ୱାଳ , ଚନ୍ଦ୍ରମଣୀ ଲେଙ୍କା , ରୁଦ୍ରନାରାୟଣ ପରିଡ଼ା , ନିର୍ମଳ କୁମାର ମହାନ୍ତି , ଶିକ୍ଷୟିତ୍ରୀ କବିତା ରାଉତ , ସୁମିତ୍ରା ଜେନା , ଶିକ୍ଷା କର୍ମଚାରୀ ଗିରିଶ ଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ , ସାନ୍ତନୁ ରାଉତ ସହଯୋଗ କରିଥିବାବେଳେ , ସମସ୍ତ ଅଭିଭାବକ ଙ୍କ ସହିତ , ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ବିଶ୍ୱାଳ , ଶିକ୍ଷକ ନାରାୟଣ ସାହୁ , ପ୍ରହଲ୍ଲାଦ ସାହୁ , ସମରେନ୍ଦ୍ର ନାୟକ , ବସନ୍ତ ସାହୁ , ଚିତ୍ତରଂଜନ ବିଶ୍ବାଳ , ସୌଭାଗ୍ୟ ସାହୁ , ଆକାଶ ରାଉତ , ଦୀପ୍ତିରଞ୍ଜନ ରାଉତ , ଶ୍ରୀକର ସାହୁ , ଆଲୋକ କୁମାର ବେହେରା , ଶିକ୍ଷୟିତ୍ରୀ ପ୍ରଭାତୀ ସାହୁ , ଗୀତା ମହାପାତ୍ର ,ପ୍ରିତିପ୍ରୀୟମ୍ବଦା ପରିଡ଼ା , ରୋଜାଲିନ ପତି , ଶିକ୍ଷାକର୍ମଚରି ପ୍ରଶାନ୍ତ ରାଉତ , ଜୟ ଜୟଶ୍ମିତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କର୍ତ୍ତବ୍ୟ ନିଷ୍ଠା ତଥା ଅଭିଭାବକ ମାନଙ୍କରେ ସହଯୋଗ କୁ ପ୍ରଶଂସା କରିଥିଲେ । ବୁଦ୍ଧିଜୀବି ମହଲରୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟୁଛି । କାମାକ୍ଷା ନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0