ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନରେ ପୂଜାର୍ଚ୍ଚନା ଓ ବୃକ୍ଷରୋପଣ।
ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନରେ ପୂଜାର୍ଚ୍ଚନା ଓ ବୃକ୍ଷରୋପଣ। ତା୧୭/୯/୨୦୨୬, ହିନ୍ଦୋଳ,ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢ଼େଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ଆମ୍ବିଠି ସ୍ଥିତ ମା ବନଦୁର୍ଗା ମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହିତ ମନ୍ଦିର ର ସମ୍ମୁଖ ପାର୍ଶ୍ଵରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଯୋଜନା କମିଟି ଅଧ୍ଯକ୍ଷା ତଥା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଯୋଗଦେଇ ବିକଶିତ ବନରାଜି ଉନ୍ନତ ଦେଶର ଆଜି ପ୍ରଧାନମନ୍ତ୍ରୀଙ୍କ ୭୬ ତମ ଜନ୍ମ ଦିନ ଅବସରରେ ଏକ ପେଡ୍ ମା କେ ନାମ ୩.୦ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମଟି ଢେଙ୍କାନାଳ ବନଖଣ୍ଡ ଦ୍ବାରା ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆର୍ ସି ସି ଏଫ୍,ଡି ଏଫ୍ ଓ,ହିନ୍ଦୋଳରେ ରେଞ୍ଜର ଜଙ୍ଗଲର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ରଣା କରିବା ସହିତ ସଭ୍ୟତାର ସ୍ଥିତି ଅବତାରଣ ବିକାଶ ଜଙ୍ଗଲର ସ୍ଥିତି ଉପରେ ନିର୍ଭରଶୀଳ ବୋଲି ମତପୋଷଣ କରିଥିଲେ। ଦେଶର ଜୀବନ୍ତ ମୁକସାଖୀ ବୋଲି ବର୍ଣ୍ଣନା କରିବା ସହିତ ଧ୍ବଂସପ୍ରାପ୍ତ ବନର ନବୀକରଣ ଓ ନୂତନ ଜଙ୍ଗଲ ସୃଷ୍ଟି ବନୀକରଣର ମୂଳ ଲକ୍ଷ୍ୟ ଓ ପ୍ରଧାନମନ୍ତ୍ରୀ ଜନ୍ମଦିନ ଅବସରରେ ନରେନ୍ଦ୍ର ମୋଦିଙ୍କ ନାମରେ ବୃକ୍ଷରୋପଣ କରି ଦୀର୍ଘାୟୁ ହେବା ପାଇଁ ମା ବନଦୁର୍ଗା ନିକଟରେ ପ୍ରାର୍ଥନା କରିଥିଲେ। ସେହିଭଳି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅନୁଗୋଳ ଆର ସି ସି ଏଫ୍-ସଂଜୟ କୁମାର ସ୍ୱାଇଁ, ଢେଙ୍କାନାଳ ଡି ଏଫ୍ ଏଫ୍ ଓ – ଲଳିତ କୁମାର ପାତ୍ର ଓ ହିନ୍ଦୋଳ ବନାଞ୍ଚଳର ସମସ୍ତ ଫରେଷ୍ଟର,କର୍ମଚାରୀ, ମନ୍ଦିର କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0