ବର୍ତ୍ତମାନର ସବୁଠାରୁ ଵଡ ଖବର ଯାହା ଆମ ନିକଟରେ ଆସି ପହଞ୍ଚିଛି ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ସ୍ତିତ,,
ବର୍ତ୍ତମାନର ସବୁଠାରୁ ଵଡ ଖବର ଯାହା ଆମ ନିକଟରେ ଆସି ପହଞ୍ଚିଛି ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ସ୍ତିତ ବ୍ୟାସନଗର ତହସିଲଦାରଙ୍କ ଉପରେ ଚଢ଼ିଗଲା ମାଟି ବୋଝେଇ ଟ୍ରାକ୍ଟର।ସ୍ତାନିୟ ଲୋକଙ୍କ ସାହାଯ୍ୟରେ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।ସୁଚନା ଅନୁଯାୟୀ କୋରେଇ ଥାନା ଫଜାଲ ପୁର ନିକଟରେ ଏକ ସ୍ଥାନରେ ମାଟି ଖୋଳା ଯାଉଥିବା ଖବର ପାଇ ବ୍ୟାସନଗର ତହସିଲଦାର ପ୍ରଶାନ୍ତ ପଣ୍ଡା ଓ ତାଙ୍କ ଟିମ୍ ଚଢ଼ାଉ କରୁଥିବା ବେଳେ ତଳେ ପଡି ଯାଇଥିଲା ଫଳରେ ବେଆଇନ ମାଟି ବୋଝେଇ ଟ୍ରାକ୍ଟର ତାଙ୍କ ଉପରେ ଚଢାଇ ଦେଇଥିବାର ଖବର ସମସ୍ତଙ୍କୁ ଆଚମ୍ବିତ କରିଛି ଗୁରୁତର ଅବସ୍ଥାରେ ତାଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା,ଏଠି ପ୍ରଶ୍ନ ଉଠୁଛି କାହା ବଳରେ ଵଳିୟାନ ବେଆଇନ ମାଟି ମାଫିଆ କୋଉଠି ନାଁ କୋଉଠି ସ୍ତାନିୟ ବିଧାୟକ ଓ ଯାଜପୁର ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ସହୋଯୋଗ କରୁଥିବାର ସନ୍ଦେହ କରୁଛନ୍ତି ସ୍ତାନିୟ ବାସିନ୍ଦା।ଆଗାମି ଦିନରେ ପ୍ରଶାସନ ଓ ବିଧାୟକ ସମେତ ଜିଲ୍ଲା ପୋଲିସକୁ ସିଧାସଳଖ ପ୍ରଶ୍ନ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇବାକୁ ପଛାଇଵେ ନାହିଁ ବୋଲି କହିଛନ୍ତି ସ୍ତାନିୟ ଲୋକେ।କୋରେଇ ରୁ କୁନା ମହି ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
1