ବ୍ଲକ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ।

ବ୍ଲକ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ। ବିଞ୍ଝାରପୁର :୪/୪(ଓମ ମିଡ଼ିଆ :ଉତ୍ତମ କୁମାର ଦାସ ) ବିଂଝାରପୁର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ବରୁଣେଶ୍ବର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବଳରାମ ପତିଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜିତ କୁମାରୀ ଦାସ, ମୁଖ୍ୟ ବକ୍ତାଭାବେ ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରୀ ଶ୍ରୀ ଯୁକ୍ତ ବାସୁଦେବ ନାୟକ, ସମ୍ମାନିତ ବକ୍ତାଭାବେ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ମିଶ୍ର, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟଭୁଷଣ ବିଶ୍ବାଳ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସେକ ନିଜାମୁଦ୍ଦିନ, ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବିଦ୍ୟାସାଗର ବେହେରା ଯୋଗଦେଇ ସରକାରୀ ବିଦ୍ୟାଳୟରେ ପିଲା ପାଠ ପଢିଲେ ସମସ୍ତ ସୁବିଧା ସୁଯୋଗ ପାଇବ। ବର୍ତ୍ତମାନ ର ଶିଶୁ ଆଗାମୀ ଦିନରେ ଭବିଷ୍ୟତ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ବାଲବାଟିକା ଓ ପ୍ରଥମ ଶ୍ରେଣୀ ପିଲା ମାନଙ୍କୁ ଆଦ୍ୟ ଅକ୍ଷର ଲେଖାଇବା ସହିତ ପୁସ୍ତକ ପ୍ରଦାନ କରାଯାଇଥିଲା। ଏକ ରଥ ପରିକ୍ରମା ପାଇଁ ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ, ବିପିନ ବିହାରୀ ସାହୁ, ହବିବୁଲ ମୋହିନି, କବିତା ସାହୁ, ସସ୍ମିତା ସାହୁ, ଭାଗ୍ୟଶ୍ରୀ ଦାଶ, ସେକ ସମିମ ଖାଁ, ରଞ୍ଜିତା ମିଶ୍ର, ନମିତା ରାଉଳ, ସସ୍ମିତା ରାଉଳ, ବହୁ ଅଭିଭାବକ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ। ବିଦ୍ୟାସାଗର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Apr 4, 2026 - 19:17
 0  20
ବ୍ଲକ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0