ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍ ଉଦ୍ଯାପିତ, ଯୁବ ଖେଳାଳିଙ୍କ ଦମ୍ଦାର ପ୍ରଦର୍ଶନ।
ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍ ଉଦ୍ଯାପିତ, ଯୁବ ଖେଳାଳିଙ୍କ ଦମ୍ଦାର ପ୍ରଦର୍ଶନ। ତା୨୯/୦୮/୨୦୨୬, ଶନିବାର। ଢେଙ୍କାନାଳ ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ଜିଲ୍ଲା ବ୍ୟାଡମିଣ୍ଟନ୍ ଆସୋସିଏସନ୍ (DBAD) ପକ୍ଷରୁ ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଧୀନରେ ଆୟୋଜିତ YONEX SUNRISE ଢେଙ୍କାନାଳ ଜିଲ୍ଲାସ୍ତରୀୟ ତୃତୀୟ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍ ସଫଳତାର ସହ ଉଦ୍ଯାପିତ ହୋଇଛି। ଗତ ୨୯ ଅଗଷ୍ଟ ୨୦୨୪ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ଯୁବ ଖେଳାଳି ଯୋଗଦେଇ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବୟସ ବର୍ଗରେ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଖେଳାଳିଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଉଦ୍ଯାପନୀ ସମାରୋହରେ ଡ. ଶାନ୍ତି ଭୂଷଣ ପଣ୍ଡା ଯୋଗଦେଇ ଖେଳାଳିମାନଙ୍କୁ ବ୍ୟାଡମିଣ୍ଟନ୍ର ବିଭିନ୍ନ କୌଶଳ ଓ ଖେଳ ସମ୍ପର୍କିତ ଟିପ୍ସ ପ୍ରଦାନ କରିଥିଲେ। ନିୟମିତ ଅଭ୍ୟାସ, ଫିଟନେସ୍, ଏକାଗ୍ରତା ଓ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେବା ସହ ଜୟ-ପରାଜୟକୁ ସମାନ ଭାବେ ଗ୍ରହଣ କରି କ୍ରୀଡ଼ାସୁଲଭ ମନୋଭାବ ବଜାୟ ରଖିବାକୁ ସେ ପରାମର୍ଶ ଦେଇଥିଲେ। ଆସୋସିଏସନ୍ର ମାର୍ଗଦର୍ଶନରେ ପ୍ରତିଯୋଗିତାଟି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ଆୟୋଜକଙ୍କ ପକ୍ଷରୁ ଖେଳାଳି, କୋଚ୍ ଓ ଅଭିଭାବକମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା। ପରିଶେଷରେ ପ୍ରତିଯୋଗିତାକୁ ସଫଳ କରିବାରେ ସହଯୋଗ କରିଥିବା ଅଫିସିଆଲ୍ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଯାଇଥିଲା। ପ୍ରତିଯୋଗିତାର ଫଳାଫଳ: ବିଜେତା: ୧. ଲିଖିତା ନାଏକ — ୧୩ ବର୍ଷରୁ କମ୍ ବାଳିକା ଏକକ ୨. ଲିଖିତା ନାଏକ — ୧୫ ବର୍ଷରୁ କମ୍ ବାଳିକା ଏକକ ୩. ଆଦିତ୍ୟ ନାୟକ — ୧୩ ବର୍ଷରୁ କମ୍ ବାଳକ ଏକକ ୪. ଅମ୍ଲାନ ମହାନ୍ତ — ୧୫ ବର୍ଷରୁ କମ୍ ବାଳକ ଏକକ ୫. ଅମ୍ଲାନ ମହାନ୍ତ — ୧୭ ବର୍ଷରୁ କମ୍ ବାଳକ ଏକକ ରନର୍ସ-ଅପ୍: ୧. ମାଲଭୀନା ସାଇଶ୍ରୀ ବେହେରା — ୧୩ ବର୍ଷରୁ କମ୍ ବାଳିକା ଏକକ ୨. ରିଧିମା ପାତ୍ର — ୧୫ ବର୍ଷରୁ କମ୍ ବାଳିକା ଏକକ ୩. ଅଭିଷେକ ଆଶୀର୍ବାଦ — ୧୩ ବର୍ଷରୁ କମ୍ ବାଳକ ଏକକ ୪. ଆର୍ଯ୍ୟମାନ ବରାଳ — ୧୫ ବର୍ଷରୁ କମ୍ ବାଳକ ଏକକ ୫. ଆର୍ଯ୍ୟମାନ ବରାଳ — ୧୭ ବର୍ଷରୁ କମ୍ ବାଳକ ଏକକ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି: ଧ୍ରୁବ ଅଗରୱାଲ୍ଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0