ବଚପନ ପ୍ଲେ ସ୍କୁଲ ର ଦ୍ୱିତୀୟ ବାର୍ଷିକ ଉତ୍ସବ,,
ବଚପନ ପ୍ଲେ ସ୍କୁଲ ର ଦ୍ୱିତୀୟ ବାର୍ଷିକ ଉତ୍ସବ କାମାକ୍ଷାନଗର, କାମାକ୍ଷାନଗର ସହର ସନ୍ନିକଟ ଜିରୀଡମାଳି ସ୍ଥିତ ବଚପନ ପ୍ଲେ ସ୍କୁଲ ର ଦ୍ୱିତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମେଜର ପ୍ରଭାତ କୁମାର ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁମାନେ ଦେଶର ଭବିଷ୍ୟତ, ସେମାନଙ୍କ ପ୍ରତି ଗୁରୁତ୍ୱ ଦେଇ ଶିକ୍ଷାରେ ମନୋନିବେଶ କରାଇବା ସକାଶେ ପରାମର୍ଶ ଦେଇଥିଲେ l ଶିକ୍ଷାବିତ ଡକ୍ଟର ପ୍ରଫୁଲ୍ଲ କୁମାର ପାଣି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବଚପନ ର କାର୍ଯ୍ୟ, ଶିକ୍ଷା ଓ କ୍ରୀଡା ସଂପର୍କରେ ଆଲୋକପାତ କରିଥିଲେ l ଅନୁଷ୍ଠାନର ନିର୍ଦେଶକ ଶ୍ରୀହର୍ଷ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ l ପରେ କୁନି କୁନି ପିଲାମାନଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0