ଭଞ୍ଜନଗର ଠାରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଦ୍ଵିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ;,

*ଭଞ୍ଜନଗର ଠାରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଦ୍ଵିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ; ଭଞ୍ଜନଗର ପୌରାଧ୍ୟକ୍ଷ ହେଲେ ଗଞ୍ଜାମ ଶାଖାର ଉପଦେଷ୍ଟା* ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଥିବା ଶ୍ରୀ ଜଗନ୍ନାଥ ବେଙ୍କ୍ୱେଟ ହଲ୍ ଏବଂ ରିସର୍ଟ ଠାରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଦ୍ଵିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭଞ୍ଜନଗର ପୌର ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ରାଜ୍ୟ ସାଂଗଠନିକ ସମ୍ପାଦକ ଗୌରାଙ୍ଗ ଚରଣ ମହି, ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ବନ ବିଭାଗ କର୍ମଚାରୀ ତଥା ବିଶିଷ୍ଟ ପରିବେଶବିତ୍ ଶୂଳପାଣି ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ଗଞ୍ଜାମ ଜିଲ୍ଲା ଉପସଭାପତି ସୁବ୍ରତ କୁମାର ଦାଶ, ନିଗମାନନ୍ଦ ପଣ୍ଡା, ସହସମ୍ପାଦକ ଜ୍ୟୋତିରଞ୍ଜନ ଗୌଡ଼ ମଞ୍ଚାସୀନ ଥିଲେ । ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଭଞ୍ଜନଗର ପୌରାଧ୍ୟକ୍ଷ ଶ୍ରୀ ମହାପାତ୍ର ସାମ୍ବାଦିକତା କ୍ଷେତ୍ରରେ ଡିଜିଟାଲ ମିଡ଼ିଆ ହେଉଛି ଆଗାମୀ ଭବିଷ୍ୟତ ବୋଲି କହିବା ସହ ବିକାଶଶୀଳ ରାଜ୍ୟ ତଥା ଦେଶକୁ ବିକଶିତ ରାଜ୍ୟ ତଥା ଦେଶରେ ପରିଣତ କରିବାରେ ଗଣମାଧ୍ୟମର ଭୂମିକା ସର୍ବାଗ୍ରେ ରହିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ଶତପଥୀ ମଧ୍ୟ ସାମ୍ବାଦିକଙ୍କୁ ସବୁ କ୍ଷେତ୍ରରେ ଅଗ୍ରସର ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ । ରାଜ୍ୟ ସମ୍ପାଦକ ଶ୍ରୀ ମହି ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେବା ସହ ସମସ୍ତେ ମିଳିମିଶି କାର୍ଯ୍ୟ କରି ଜିଲ୍ଲା ସଭାପତି ଅମରେନ୍ଦ୍ର ପଟ୍ଟନାୟକ ଏବଂ ରାଜ୍ୟ ସଭାପତି ମନୋଜ ଶତପଥୀଙ୍କ ହାତମୁଠାକୁ ସଶକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ପକ୍ଷରେ ଜିଲ୍ଲା ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସଠିକ୍ ଖବର ପରିବେଷଣ କରିବା ଉପରେ ଗୁରୁତ୍ୱ ଦେଇଥିବା ବେଳେ ଉପସଭାପତି ସୁବ୍ରତ କୁମାର ଦାଶ ଏବଂ ନିଗମାନନ୍ଦ ପଣ୍ଡା ମଧ୍ୟ ସାମ୍ବାଦିକ ମାନଙ୍କୁ ଗୋଟିଏ ଫୁଲର ମାଳ ପରି ଏକଜୁଟ ରହିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ମହି, ଭଞ୍ଜନଗର ପୌରାଧ୍ୟକ୍ଷଙ୍କୁ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଗଞ୍ଜାମ ଶାଖାର ଉପଦେଷ୍ଟା ଭାବରେ ରହିବାକୁ ପ୍ରସ୍ତାବ ଦେଇଥିବା ସ୍ଥଳେ ଶ୍ରୀ ମହାପାତ୍ର ତାହାକୁ ସ୍ବୀକାର କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ସଦସ୍ୟ ଅରକ୍ଷିତ ପରିଛା ସଂଯୋଜନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ଦୀପକ କୁମାର ଚୌଧୁରୀ, ମନୋଜ କୁମାର କୁଣ୍ଡ, ଶ୍ରୀବତ୍ସ ଲାଞ୍ଚନ ସାହୁ, ଶେଫାଳୀ ପଟ୍ଟନାୟକ, ଶଙ୍କର ପାଣିଗ୍ରାହୀ, ଦୁର୍ଗା ମାଧବ ମହାରଣା, ଅରୁଣ କୁମାର ପ୍ରଧାନ, ବିନାୟକ ଗୌଡ଼, ଦିଲ୍ଲୀପ କୁମାର ପଗଡ, ଲୋକନାଥ ମହାନ୍ତି, ପି. କେଦାରନାଥ ପାତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ବିନାୟକ ଗୌଡ଼, ଲୋକନାଥ ମହାନ୍ତି, ପି. କେଦାରନାଥ ପାତ୍ରଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ସହ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ସମ୍ପାଦକ ବସନ୍ତ କୁମାର ମଲ୍ଲିକ, କାର୍ଯ୍ୟକାରିଣୀ ସଦସ୍ୟ ଜିତୁ ବେହେରା ଏବଂ ରାଜ୍ୟ ପରିଚାଳନା ପରିଷଦ ସଦସ୍ୟ ସରୋଜ କୁମାର ଧଳ ପ୍ରମୁଖ ଉପସ୍ଥିତ ରହିଥିଲେ, ସେମାନଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ଫଟୋ ଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ସ୍ଥାନୀୟ ବିଭିନ୍ନ ବରିଷ୍ଠ ସାମ୍ବାଦିକଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଅରକ୍ଷିତ ପରିଛା ଧନ୍ୟବାଦ ଅର୍ପଣ କରିଥିଲେ।

May 10, 2026 - 19:08
 0  13
ଭଞ୍ଜନଗର ଠାରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଦ୍ଵିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ;,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0