ଭାଙ୍ଗି ଗଲାଣି ରେଳ ଓଭର ବ୍ରିଜ,ହେଉନି ମରାମତି।
ଭାଙ୍ଗି ଗଲାଣି ରେଳ ଓଭର ବ୍ରିଜ,ହେଉନି ମରାମତି। ତା୨୬/୦୯/୨୦୨୬, ଶନିବାର, ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ପଞ୍ଚାୟତ ରଣପଶି ନିକଟରେ ଥିବା ରେଳ ଓଭର ବ୍ରିଜଟି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅସୁରକ୍ଷିତ ହୋଇପଡ଼ିଛି। ସେତୁର ବିଭିନ୍ନ ଜାଗାରେ କଂକ୍ରିଟ ସଂଯୋଗଗୁଡିକ ଭାଙ୍ଗି ପଡ଼ିବା ସହ ସେତୁ ସାରା ଖାଲଖମା ହୋଇପଡ଼ିଛି। ସେହିବାଟ ଦେଇ ଅହରହ ବିଭିନ୍ନ ଗାଡିମଟର ଓ ଭାରୀଯାନଗୁଡିକ ଯିବା ଆସିବା କରିବା ଦ୍ବାରା ତାହା ଅଧିକ ନଷ୍ଟ ହେଉଥିବା ବେଳେ ନିୟମିତ ମରାମତି କି ରକ୍ଷଣାବେକ୍ଷଣ କରାଯାଉ ନଥିବା ନେଇ ଯାତ୍ରୀ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଛି ଏସବୁ ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରାଯାଉଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0