ଭାରତୀ ବିହାର ମହାବିଦ୍ୟାଳୟରେ ‘ବିକଶିତ ଭାରତ ଯୁବା କନେକ୍ଟ – ସ୍ପୋର୍ଟସ୍ ଏଡିସନ୍’

ଭାରତୀ ବିହାର ମହାବିଦ୍ୟାଳୟରେ ‘ବିକଶିତ ଭାରତ ଯୁବା କନେକ୍ଟ – ସ୍ପୋର୍ଟସ୍ ଏଡିସନ୍’ ********************* ଯାଜପୁର, ତା ୨୫.୦୮.୨୦୨୬ ରିଖ(ଓମ ମିଡ଼ିଆ :ସରୋଜ କୁମାର ଧଳ ) ଆସନ୍ତା ୨୭ ଅଗଷ୍ଟରେ ଯାଜପୁର ହରିପୁରସ୍ଥିତ ଭାରତୀ ବିହାର ମହାବିଦ୍ୟାଳୟ ପରିସରରେ ‘ବିକଶିତ ଭାରତ ଯୁବା କନେକ୍ଟ – ସ୍ପୋର୍ଟସ୍ ଏଡିସନ୍’ ଅନୁଷ୍ଠିତ ହେବାକୁ ଯାଉଛି। ମେରା ଯୁବା ଭାରତ (MY Bharat), ଯାଜପୁର ଏବଂ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ଶାଖାର ମିଳିତ ସହଯୋଗରେ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଏହି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ (୨୯ ଅଗଷ୍ଟ)କୁ ଆଧାର କରି ଦେଶବ୍ୟାପୀ ଯୁବ ସହଭାଗିତା ଓ କ୍ରୀଡ଼ାର ବିକାଶ ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଭାବେ ୨୭ ଅଗଷ୍ଟ ପୂର୍ବାହ୍ନ ୧୦ଟାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିର୍ଚୁଆଲ୍ ମାଧ୍ୟମରେ ଦେଶର ୧,୬୦୦ଟି ସ୍ଥାନରେ ଉପସ୍ଥିତ ୮ ଲକ୍ଷରୁ ଅଧିକ ଯୁବକଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ମହାବିଦ୍ୟାଳୟ ପରିସରରେ ‘ଯୁବ ଇଣ୍ଟରାକ୍ସନ୍ ସେସନ୍’ ଏବଂ ୧୫ ମିନିଟ୍‌ର ‘ଯୁବ ସମ୍ବାଦ’ ଆୟୋଜିତ ହେବ। ଏଥିରେ MY Bharat ଓ NSS ସ୍ଵେଚ୍ଛାସେବୀମାନେ ସ୍ଥାନୀୟ କ୍ରୀଡ଼ାବିତ୍, ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜନପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରିବାର ସୁଯୋଗ ପାଇବେ। ଗତ ୧୨ ବର୍ଷ ମଧ୍ୟରେ ଦେଶର କ୍ରୀଡ଼ା ଭିତ୍ତିଭୂମିରେ ଆସିଥିବା ପରିବର୍ତ୍ତନ, ଭାରତୀୟ କ୍ରୀଡ଼ାର ଭବିଷ୍ୟତ ଏବଂ ‘ବିକଶିତ ଭାରତ’ ଗଠନରେ ଯୁବଶକ୍ତିର ଭୂମିକା ସମ୍ପର୍କରେ ଏଥିରେ ଗ୍ରହଣଯୋଗ୍ୟ ଚିନ୍ତାଧାରା ଓ ପ୍ରସ୍ତାବ ଆଗତ କରାଯିବ।

Aug 25, 2026 - 19:49
 0  5
ଭାରତୀ ବିହାର ମହାବିଦ୍ୟାଳୟରେ ‘ବିକଶିତ ଭାରତ ଯୁବା କନେକ୍ଟ – ସ୍ପୋର୍ଟସ୍ ଏଡିସନ୍’

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0