ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ,
ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ କାମାକ୍ଷାନଗର-କାମାକ୍ଷାନଗର ଏନଏସି ୬ନଂ ଓ୍ବାଡର କଲ୍ୟାଣମଣ୍ଡପ ଠାରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଆଜି ଉତ୍ସାହର ସହ ଶୁଣାଯାଇଥିଲା। ଏହି ଅବସରରେ ଯୁବନେତା ସରୋଜକାନ୍ତ ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ, ସମାଜସେବୀ, ଯୁବକ, ମହିଳା ଓ ସାଧାରଣ ଲୋକମାନେ ଏକତ୍ରିତ ହୋଇ କାର୍ଯ୍ୟକ୍ରମ ଶ୍ରବଣ କରିଥିଲେ।କାର୍ଯ୍ୟକମରେ ପ୍ରଧାନମନ୍ତ୍ରୀ ଦେଶର ଉନ୍ନତି, ସାମାଜିକ ସଚେତନତା, ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଯୁବପିଢିର ଭୂମିକା ସମ୍ପର୍କରେ ମତ ରଖିଥିଲେ। ସେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ଦ୍ୱାରା ରାଷ୍ଟ୍ର ଗଠନରେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ‘ମନ କି ବାତ’ କାର୍ଯ୍ୟକ୍ରମ ସମାଜରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ବିଭିନ୍ନ ଜାତୀୟ ବିଷୟରେ ସଚେତନ କରୁଛି। ଶେଷରେ ସମସ୍ତେ ଦେଶର ଉନ୍ନତି ଓ ସାମାଜିକ ସମନ୍ୱୟ ପାଇଁ ସଂକଳ୍ପ ନେଇଥିଲେ। କାମାକ୍ଷା ନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0