ମାଇକ୍ରୋ ଫାଇନାନ୍ସ ଜମାକାରୀ ଏକତା ମଞ୍ଚ ତରଫରୁ ସରକାର ଙ୍କ ଉଦେଶ୍ୟରେ ଦାବି

ମାଇକ୍ରୋ ଫାଇନାନ୍ସ ଜମାକାରୀ ଏକତା ମଞ୍ଚ ତରଫରୁ ସରକାରଙ୍କ ଉଦ୍ଦେଶ୍ୟରେ ଦାବି, ଯାଜପୁର /୧୮/୦୩/(ଅଜିତ ମିଶ୍ର ଙ୍କ ରିପୋର୍ଟ :ଓମ ମିଡ଼ିଆ ) ଯାଜପୁର ଜିଲ୍ଲାର ଛୋଟ ବଡ଼ ଜମାକାରୀ ମାନେ ବିଭିନ୍ନ ମାଇକ୍ରୋ ସଂସ୍ଥା ତଥା ମାଇକ୍ରୋ ଫାଇନାନ୍ସ ଲିମିଟେଡ,ମାଇକ୍ରୋ ଲିଜିଙ୍ଗ ଆଣ୍ଡ ଫଣ୍ଡିଙ୍ଗ, ମାଇକ୍ରୋ କ୍ରେଡିଟ କୋ ଅପରେଟଭି ଦ୍ଵାରା କ୍ଷତିଗ୍ରସ୍ତ ଓ ଠକାମୀ ର ଶିକାର ହୋଇଥିବା ଜଣାପଡିଛି, ଯଦି ରାଜ୍ୟ ସରକାର ଚିହ୍ନଟ କରିବା ପାଇଁ ସମସ୍ତ ତହସିଲ କୁ ଅନୁମତି ପ୍ରଦାନ କରିବା ସହ ଜମାକାରୀ ମାନଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ କରିବାକୁ ଜମାକାରୀ ମାନେ ସରକାର କୁ ଅନୁରୋଧ କରିଛନ୍ତି, ସୂଚନା ଅନୁଯାୟୀ ଆଜି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ମନ୍ଦିର ପରିସରରେ ଯାଜପୁର ଜିଲ୍ଲା ମାଇକ୍ରୋ ଫାଇନାନ୍ସ ଜମାକାରୀ ଏକତା ମଞ୍ଚ ତରଫରୁ ବୈଠକ ଅନୁଷ୍ଠିତ ହୋଇଥିଲା,ଏହି ବୈଠକ ରେ ପ୍ରଶାନ୍ତ କୁମାର ସିଂହ ସଭାପତିତ୍ବ କରୁଥିବା ବେଳେ ମୁଖ୍ୟ ଅତିଥିଭାବେ ଆବାହକ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ଓଡ଼ିଶା ର ଉମେଶ ଚନ୍ଦ୍ର ନାୟକ ଯୋଗଦେଇ କହିଥିଲେ ସାରା ଓଡ଼ିଶାରେ ଚିଟଫଣ୍ଡ କମ୍ପାନୀର କ୍ଷୁଦ୍ର ଜମାକାରୀ ମାନଙ୍କୁ ଚିହ୍ନଟ କରାଯାଇ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବଡ଼ ପରିତାପର ବିଷୟ ମାଇକ୍ରୋ ଫାଇନାନ୍ସ ଭଳି ବଡ ଅର୍ଥ ଲଗାଣକାରୀ ସଂସ୍ଥାର ଲକ୍ଷ ଲକ୍ଷ ଜମାକାରୀଙ୍କ ମଧ୍ୟରୁ କାହାକୁ ଜଣେ ମଧ୍ୟ ଚିହ୍ନଟ କରାଯାଇ ନାହିଁ,ଯଦି ଆମେ ଦେଖିବା ନିଶ୍ଚିନ୍ତ ଭାବେ କେଉଁଠି ନା କେଉଁଠି ମାଇକ୍ରୋ ଫାଇନାନ୍ସ ଓ ସରକାରଙ୍କ ଷଡ଼ଯନ୍ତ୍ର ର ଶିକାର ହେଉଛନ୍ତି ସାଧାରଣ ଖଟି ଖିଆ ଗରିବ ନିରୀହ ଜମାକାରୀ ମାନେ,ଶେଷ ଖବର ଅନୁଯାୟୀ ଆସନ୍ତା ୨୫/୦୩/୨୦୨୬ ତାରିଖରେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ମାଇକ୍ରୋ ଫାଇନାନ୍ସର ଜମାକାରୀ ମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ,

Mar 18, 2026 - 20:08
 0  7
ମାଇକ୍ରୋ ଫାଇନାନ୍ସ ଜମାକାରୀ ଏକତା ମଞ୍ଚ ତରଫରୁ ସରକାର ଙ୍କ ଉଦେଶ୍ୟରେ ଦାବି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0