ମୋଟର ସାଇକେଲ ଧକ୍କାରେ ସାଇକେଲ ଆରୋହୀ ମୃତ।
ମୋଟର ସାଇକେଲ ଧକ୍କାରେ ସାଇକେଲ ଆରୋହୀ ମୃତ। କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥାନା ଅନ୍ତର୍ଗତ ବାଇଶିଙ୍ଗା ଗ୍ରାମ ନିକଟସ୍ଥ ୫୩ନଂ ଜାତୀୟ ରାଜପଥ ର ବାଇଶିଙ୍ଗାଗାଁ ସର୍ଭିସ ରାସ୍ତା ନିକଟରେ ମୋଟର ସାଇକେଲ ଧକ୍କା ଦେବା ଫଳରେ ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତକ ଜଣଙ୍କ ହେଲେ ବାଇଶିଙ୍ଗା ମୁଣ୍ଡା ସାହିର ମୋହନ ମୁଣ୍ଡା ବୋଲି ଜଣାପଡିଛି। ମୃତକ ମୋହନ ମଜୁରୀ କାମ ସାରି ଘରକୁ ଫେରୁଥିବା ବେଳେ, ବାଇସିଙ୍ଗାଗ୍ରାମର ସମୀର ଦାସ ବୟସ( ୨୭ବର୍ଷ )ନିଜ ମୋଟର ସାଇକେଲ ଯୋଗେ ଆସୁଥିବା ବେଳେ ଧକ୍କା ଦେଇଥିଲା ଯାହାଫଳରେ ଘଟଣା ସ୍ଥଳରେ ମୋହନ ମୁଣ୍ଡା ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ମୋଟର ସାଇକେଲ ଆରୋହୀ ଗୁରୁତର ହୋଇ କାମାକ୍ଷା ନଗର ମେଡିକାଲ ରେ ଚିକିଶ୍ଚିତ ହେଉଥିବା ଜଣାପଡିଛି।ଖବର ପାଇ କାମାକ୍ଷା ନଗର ଥାନା ପୋଲିସି ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।ଦିଲ୍ଲୀପ କୁମାର ନାୟକ : ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0