ଯଯାତି ମହୋତ୍ସବ ଉପଲକ୍ଷେ ଅୟୋଜିତ ହେବ କବି ସମ୍ମିଳନୀ

ଯଯାତି ମହୋତ୍ସବ ଉପଲକ୍ଷେ ଆୟୋଜିତ ହେବ କବି ସମ୍ମିଳନୀ ଯାଜପୁର, ୧୮/୦୩/୨୬:ଓମ ମିଡିଆରୁ :ସରୋଜ କୁମାର ଧଳ) ଆସନ୍ତା ମାର୍ଚ୍ଚ ୨୦ ରୁ ୨୪ ତାରିଖ ଯାଏଁ ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜିଲ୍ଲାର ସାହିତ୍ୟ, ସଂସ୍କୃତି ଏବଂ ଐତିହ୍ୟକୁ ମହୋତ୍ସବ ମାଧ୍ୟମରେ ପ୍ରଚାର ପ୍ରସାର କରିବା ନେଇ ପ୍ରଶାସନ ପ୍ରୟାସ କରୁଅଛି। ଅନେକ ପ୍ରତିଭାବାନ ସାହିତ୍ୟିକ, କବି ଏବଂ ଲେଖକଙ୍କ ମାଟି ହେଉଛି ଯାଜପୁର। ସାହିତ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଯଯାତି ମହୋତ୍ସବ ଅବସରରେ ଆସନ୍ତା ମାର୍ଚ୍ଚ ୨୧ ତାରିଖ ଦିନ ୧୦ ଟାରେ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହେବ। କେବଳ ଯାଜପୁର ଜିଲ୍ଲାର କବିମାନେ ସ୍ୱରଚିତ ୨୦ ଧାଡି ଭିତରେ କବିତା ସହିତ ଦିବା ୯ ଘଟିକାରୁ ୧୦.୩୦ ସମୟ ମଧ୍ୟରେ ଆସି ସେମାନଙ୍କ ନାମ ପଞ୍ଜିକରଣ କରିପାରିବେ। କବିତା ପାଠୋତ୍ସବ କମିଟିର ଆବାହକ ତଥା ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ତାପସ ରଞ୍ଜନ ଦେହୁରୀ ଓ କମିଟିର ସଂଯୋଜକ ପ୍ରଭାତ ମଲ୍ଲିକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Mar 18, 2026 - 19:54
 0  5
ଯଯାତି ମହୋତ୍ସବ ଉପଲକ୍ଷେ ଅୟୋଜିତ ହେବ କବି ସମ୍ମିଳନୀ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0