ଗାଧୋଇବାକୁ ଯାଇ ପୋଖରୀ ରେ ବୁଡ଼ି ନାବାଳିକା ର ମୃତ୍ୟୁ l

ଗାଧୋଇବାକୁ ଯାଇ ପୋଖରୀ ରେ ବୁଡ଼ି ନାବାଳିକା ର ମୃତ୍ୟୁ l ପୋଖରୀ ରେ ବୁଡି ଜଣେ ନାବାଳିକା ର ମୃତ୍ୟୁ ଘଟିଛି, ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସୋର ଅଞ୍ଚଳରେ l ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣତ୍ରି ଗ୍ରାମ ର ବାଗଡାସାହି ପୋଖରୀ ରେ ବୁଡି ଜଣେ ନାବାଳିକା ର ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ମାଣତ୍ରୀ ଗ୍ରାମ ର ନିରଞ୍ଜନ ଦାସ ଙ୍କ ୧୨ ବର୍ଷୀୟ ଝିଅ ସଂଜିତା ଦାସ ଟିୟୁସନ ସାରି ପୋଖରୀ କୁ ଗାଧୋଇବା କୁ ଯାଇଥିବା ସମୟରେ ଗଭୀର ପୋଖରୀ ରେ ଗୋଡ ଖସି ଯାଇଥିଲା ଫଳରେ ବୁଡି ଯାଇଥିଲେ । ପରିବାର ଲୋକେ ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ନମିଳିବା ରୁ ସୋର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ସୋର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିବା ପରେ ପ୍ରାୟ ୧୨ ରୁ ୧୫ ଫୁଟ ଗଭୀର ରୁ ନାବାଳିକା କୁ ଉଦ୍ଧାର କରିଥିଲେ l ଫାୟାର ଆମ୍ବୁଲାନ୍ସ ରେ ସୋର ଡାକ୍ତରଖାନା କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲେଶ୍ଵର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ ମିଡ଼ିଆ l

Sep 18, 2026 - 20:19
 0  3
ଗାଧୋଇବାକୁ ଯାଇ ପୋଖରୀ ରେ ବୁଡ଼ି ନାବାଳିକା ର ମୃତ୍ୟୁ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0