ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି,,

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ********************** ଯାଜପୁର, ତା ୦୧.୦୮.୨୦୨୬ ରିଖ(ଓମ ମିଡ଼ିଆ ) ଯାଜପୁର ଜିଲ୍ଲାରେ ଚଳିତ ଲଗାଣ ବର୍ଷା ଓ ବୈତରଣୀ, କାଣୀ, ବ୍ରାହ୍ମଣୀ, ଖରସ୍ରୋତା ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ବିଭିନ୍ନ ବ୍ଲକର ଲୋକମାନେ ପ୍ରଭାବିତ ହେବା ସହ କୃଷି କ୍ଷେତ୍ର ଜଳ ପ୍ଳାବିତ ହୋଇଅଛି। ଜିଲ୍ଲାପାଳ, ଯାଜପୁର ଶ୍ରୀ ଅମ୍ବର କୁମାର କର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟର ପ୍ରତ୍ୟେକ୍ଷ ତଦାରଖ କରୁଛନ୍ତି। ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ବନ୍ୟା ଜଳରେ ବହୁ ପଞ୍ଚାୟତ ଜଳବନ୍ଦୀ ରହିଥିବାରୁ, କେହି ଯେପରି ସହାୟତାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।ବନ୍ୟା ଆଶ୍ରୟସ୍ଥଳୀ ରେ ଶୁଖିଲା ଖାଦ୍ୟ,ରନ୍ଧାଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ପ୍ରଦାନ କରାଯାଉଛି । ଅବକାରୀ ବିଭାଗ କମିଶନର ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଆଜି ଦଶରଥପୁର ବ୍ଲକର କୟାଁଗୋଲା, କମାରଡିହ ପଞ୍ଚାୟତ ଏବଂ ବିଭିନ୍ନ ବନ୍ୟା ପ୍ରଭାବିତ ପଞ୍ଚାୟତ ପରିଦର୍ଶନ କରିବା ସହ ନୋଡାଲ ଅଫିସର, ବ୍ଲକ୍ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଅନ୍ୟ ଅଧିକାରୀଙ୍କ ସହ ସମୀକ୍ଷା କରି ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଜିଲ୍ଲାପାଳ ଆଜି ଦଶରଥପୁର ଓ ବିଂଝାରପୁର ବନ୍ୟାଞ୍ଚଳ ପରିଦର୍ଶନ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ଆଜି ଅପରାହ୍ନ ୪.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ୦୮ ଟି ବ୍ଲକ୍ ଯଥା: ଯାଜପୁର, କୋରେଇ, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର, ଧର୍ମଶାଳା ଓ ବଡ଼ଚଣା ବ୍ଲକ୍ ପ୍ରଭାବିତ ହୋଇଛି। ସମୁଦାୟ ୧୧୭ ଟି ଗ୍ରାମ ପଞ୍ଚାୟତ, ୩୨୮ ଟି ଗ୍ରାମ ଓ ଯାଜପୁର ମ୍ୟୁନସିପାଲିଟି ପ୍ରଭାବିତ ହୋଇଛି। ୦୧ ଗୋଟି ୱାର୍ଡ ପ୍ରଭାବିତ ହୋଇଛି । ୨୧୩୮୨୧ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୭୭,୬୫୪ ଜଣଙ୍କୁ ଉଦ୍ଧାର କରାଯାଇ ୧୮୨ ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ୧୮୨ ଟି ରିଲିଫ ସେଣ୍ଟର୍ ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ସମୁଦାୟ ୧୫୧୧୫୯ ଟି ଗୃହପାଳିତ ପଶୁ, ୨୪୩୦୭ କୁକୁଡ଼ା ପ୍ରଭାବିତ ହୋଇଥିବା ବେଳେ, ୨୫,୦୮୧.୩ ହେକ୍ଟର ଶସ୍ୟ କ୍ଷେତ୍ର ବନ୍ୟା ଜଳ ଯୋଗେ ପ୍ରଭାବିତ ହୋଇଛ। ୭୬୩.୨ କ୍ୱିଣ୍ଟାଲ୍ ଚୁଡ଼ା, ୧୧୧.୭୧ କ୍ୱିଣ୍ଟାଲ୍ ଗୁଡ଼ ୨୦୨ ଟି ପଲିଥିନ୍ ରୋଲ୍, ୭୫ କେ.ଜି ମୁଢ଼ି, ୩୦୦ ପ୍ୟାକେଟ୍ ବିସ୍କୁଟ, ୩୦୦ ପ୍ୟାକେଟ୍ ଦିଆସିଲି ଏବଂ ୩୦୦ ପ୍ୟାକେଟ୍ ମହମବତୀ ବଣ୍ଟା ସରିଛି। ୧୨ ଟି ମେଡିକାଲ ଟିମ୍ ନିୟୋଜିତ ହୋଇଥିବା ବେଳେ ୧୨ ଟି ଭେଟେନାରି ଟିମ୍ ନିୟୋଜିତ କରାଯାଇଛି ।କମ ପ୍ରଭାବିତ ଅଂଚଳରେ କ୍ଷୟ କ୍ଷତି ଆକଳନ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲପାଳ ସମୀକ୍ଷା ବୈଠକରେ ନିର୍ଦେଶ ଦେଇଛନ୍ତି। ତହସିଲ କାର୍ଯ୍ୟାଳୟ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ପଲିଥିନ ବଣ୍ଟନ କରାଯାଉଛି।

Aug 1, 2026 - 21:21
 0  9
ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0