ଯାଜପୁର ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର,,

ଯାଜପୁର ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଯାଜପୁର, ୧୫/୦୪(ଓମ ମିଡ଼ିଆ:ସରୋଜ କୁମାର ଧଳ) ଚଳିତ ବର୍ଷ ଗ୍ରୀଷ୍ମ କାଳୀନ ଖରାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏହି କ୍ରମରେ ଓଡ଼ିଆ ନବବର୍ଷ ଦିନ ପୌର ପରିଷଦ ପକ୍ଷରୁ ଯାଜପୁର ସହରର ବିଭିନ୍ନ ୱାର୍ଡରେ ଜନସାଧାରଣଙ୍କ ପାଇଁ ଜଳଛତ୍ର ଖୋଲା ଯାଇଛି। ଯାଜପୁର ସହରକୁ ପ୍ରତିଦିନ ସରକାରୀ କାମରେ ଏବଂ ମାଆ ବିରଜାଙ୍କ ଦର୍ଶନ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକ ଆସନ୍ତି। ଖରାଦିନ ଆରମ୍ଭ ହେବା ସହ ତାପମାତ୍ରା ବଢୁଥିବାରୁ ରାସ୍ତା ଘାଟରେ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳର ଆବଶ୍ୟକତା ରହିଛି। ଏହାକୁ ପୂରଣ କରିବା ପାଇଁ ସହରରେ ମେଡିକାଲ ଛକ, କୋଦଣ୍ଡପୁର, ମହାବୀର ଛକ, ଯୋଡ଼ିକୂଅ ଛକ, ବିରଜା ମନ୍ଦିର, ପୌର ପରିଷଦ ଅଫିସ ସାମ୍ନା, ବଡ଼ ବଜାର ଛକ, ଶିତଳେଶ୍ୱର ଛକ, ବଲ୍ଲଭି ଘାଟ ଛକ, ବୁଦ୍ଧ ପାର୍କ, ଟ୍ୟାକ୍ସି ଷ୍ଟାଣ୍ଡ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ୧୨ ଟି ଜଳଛତ୍ର ସ୍ଥାପନ କରାଯାଇଛି। ସମ୍ପୃକ୍ତ ୱାର୍ଡ଼ର କାଉନସିଲରମାନେ ଏହାକୁ ଉଦଘାଟନ କରିଥିଲେ। ଏହାସହ ବୁଲା ପଶୁପକ୍ଷୀଙ୍କ ପାଇଁ ସହରର ୧୦ ଟି ସ୍ଥାନରେ ପାଣି କୁଣ୍ଡର ବ୍ୟବସ୍ଥା କରାଯାଉଛି। ଆସନ୍ତା ଜୁନ୍ ୧୪ ତାରିଖ ଯାଏଁ ଏସବୁ ଜଳଛତ୍ର ଖୋଲା ରହିବ ଏବଂ ଜନସାଧାରଣ ଏହା ଦ୍ୱାରା ଉପକୃତ ହେବେ। ଜଳଛତ୍ର ଉଦଘାଟନ କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲ୍ଲିକ, ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ରାଉତ ଏବଂ କାଉନସିଲରମାନେ ଉପସ୍ଥିତ ଥିଲେ।

Apr 15, 2026 - 14:41
 0  5
ଯାଜପୁର ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0