ଯାଜପୁରରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘର ଜିଲ୍ଲା ସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ,

ଯାଜପୁରରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ଜିଲ୍ଲାସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ପକ୍ଷରୁ ପ୍ରଥମ ଜିଲ୍ଲାସ୍ତରୀୟ “ବନ୍ଧୁମିଳନ” କାର୍ଯ୍ୟକ୍ରମ ଯାଜପୁର ରୋଡ ସ୍ଥିତ ହୋଟେଲ ରୟାଲ କଳିଙ୍ଗରେ ଧୁମଧାମରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଏବଂ “ଯାଜପୁର ମିରର” ତଥା “ଜେମ୍ସ ସ୍କୁଲ”ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅଭୟ ପତି ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଓ “ନେମ ଆଣ୍ଡ ଫେମ”ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବନୋଜ ଜେନା ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅଭିମନ୍ୟୁ ମିଶ୍ର ଯୋଗଦେଇ ସଂଗଠନର ଭୂମିକା ଉପରେ ମତ ପ୍ରକାଶ କରିଥିଲେ। ଜିଲ୍ଲା ସଭାପତି ପଦ୍ମଲୋଚନ ନାୟକ, ରାଜ୍ୟ ପରିଷଦ ସଦସ୍ୟ ତପନ ମିଶ୍ର ଓ ଜିଲ୍ଲା ସମ୍ପାଦକ ବସନ୍ତ କୁମାର ମଲ୍ଲିକ ମଧ୍ୟ ଉପସ୍ଥିତ ରହି ସଂଗଠନର ଆଗାମୀ ଦିଗ ଓ ଲକ୍ଷ୍ୟ ଉପରେ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଏବଂ ଅତିଥି ପରିଚୟ କାର୍ଯକାରୀଣି ସଦସ୍ୟ ନିଗମ ପ୍ରସାଦ ନାଥ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯୋଗଦେଇଥିବା ସାମ୍ବାଦିକ ଓ ସାମ୍ବାଦିକାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜଣାଇବା ସହ ଉପହାର ପ୍ରଦାନ କରାଯାଇଥିଲା। ପରେ ସମସ୍ତ ସାମ୍ବାଦିକ ନିଜ ମତ ରଖି ଜିଲ୍ଲାରେ ସଂଗଠନ କିପରି ସୁଦୃଢ଼ ହେବ ଏବଂ ସାମ୍ବାଦିକ ମାନଙ୍କ ସମସ୍ୟା ନିରାକରଣରେ କାମ କରିବ ସେଥିପାଇଁ ଆଲୋଚନା କରିଥିଲେ। ସଂଗଠନର ପ୍ରମୁଖ ପ୍ରତିଷ୍ଠାତା ସଦସ୍ୟ ମନୋଜ ଶତପଥୀଙ୍କ ଉଦ୍ୟମରେ ଗଠିତ ଏହି ମହାସଂଘ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ସ୍ୱରକୁ ଶକ୍ତିଶାଳୀ କରିବା ସହ ତାଙ୍କର ସୁରକ୍ଷା ଓ ମୌଳିକ ଅଧିକାର ସୁରକ୍ଷିତ ରଖିବା ପ୍ରତି ସଙ୍କଳ୍ପବଦ୍ଧ ବୋଲି କୁହାଯାଇଛି। ସେପରି ସାଧାରଣ ଲୋକଙ୍କ ସାମାଜିକ ନ୍ୟାୟ ପାଇଁ ଲଢ଼େଇ ଜାରି ରହିବ ବୋଲି ମଧ୍ୟ ସଂଗଠନ ପକ୍ଷରୁ ଉଲ୍ଲେଖ କରାଯାଇଛି।

Mar 22, 2026 - 16:41
 0  16
ଯାଜପୁରରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘର ଜିଲ୍ଲା ସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0