ଯାଜପୁରରେ ସ୍ୱ ଜନଗଣନା ପ୍ରକ୍ରିୟାର ଆରମ୍ଭ,,

ଯାଜପୁରରେ ସ୍ଵ-ଜନଗଣନା ପ୍ରକ୍ରିୟାର ଆରମ୍ଭ ଯାଜପୁର, ୦୧/୦୪/(ଓମ ମିଡ଼ିଆ :ଜୟନ୍ତ କୁମାର ପଣ୍ଡା) ଆଜିଠାରୁ ସାରା ଦେଶରେ ପ୍ରଥମ କରି ଆରମ୍ଭ ହୋଇଛି ଅତ୍ୟାଧୁନିକ ଡିଜିଟାଲ୍ ଭିତ୍ତିକ ଜନଗଣନା କାର୍ଯ୍ୟ। ଏହି ନୂତନ ପ୍ରଣାଳୀରେ ଜନସାଧାରଣ ଅଧିକୃତ ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ନିଜେ ନିଜର ତଥ୍ୟ ଦାଖଲ କରି 'ସ୍ୱ-ଜନଗଣନା' କରିବାର ସୁଯୋଗ ପାଇପାରିବେ। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାରେ ମଧ୍ୟ ଏହା ଆରମ୍ଭ ହୋଇଛି।  ଆଜି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ନିଜେ ଏଥିରେ ସାମିଲ ହୋଇ ସ୍ୱ-ଜନଗଣନା ପ୍ରକ୍ରିୟାରେ ନିଜର ତଥ୍ୟ ପ୍ରଦାନ କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ସ୍ୱ-ଜନଗଣନା ପ୍ରକ୍ରିୟାରେ ମୋଟ ୩୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଥିବା ବେଳେ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ଏହି ଜାତୀୟ କାର୍ଯ୍ୟରେ ସକ୍ରିୟ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ ଦ୍ୱାରା ସ୍ଵ-ଜନଗଣନା ଉଦଘାଟନ କାର୍ଯ୍ୟକ୍ରମରେ ସେନସସ୍ ନିର୍ଦ୍ଦେଶାଳୟ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ, ସାଧାରଣ ଓ ବିବିଧ ବିଭାଗ ସହକାରୀ ଜିଲ୍ଲାପାଳ, ଦୁଇ ଜଣ ମାଷ୍ଟର ଟ୍ରେନର, ଏନୁମେରଟର ଏବଂ ସୁପରଭାଇଜର ଉପସ୍ଥିତ ଥିଲେ।

Apr 1, 2026 - 21:10
 0  11
ଯାଜପୁରରେ ସ୍ୱ ଜନଗଣନା ପ୍ରକ୍ରିୟାର ଆରମ୍ଭ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0