ଯୋଗାଣ ବିଭାଗ ର ସ୍ୱତନ୍ତ୍ର ଟିମ ର ଚଡାଉ, ଝାଟିଆ ମାଳ ଛକ ରୁ ବନ୍ଦ ଘରୁ ୨୧ ଗୋଟି ସିଲିଣ୍ଡର ଜବତ,,
ଯୋଗାଣ ବିଭାଗ ର ସ୍ୱତନ୍ତ୍ର ଟିମ ର ଚଡାଉ, ଝାଟିଆ ମାଳ ଛକ ରୁ ବନ୍ଦ ଘରୁ ୨୧ ଗୋଟି ସିଲିଣ୍ଡର ଜବତ ===================== ଡେପୁଟି କଲେକ୍ଟର ଙ୍କ ନେତୃତ୍ୱ ରେ ବାଲେଶ୍ୱର ଯୋଗାଣ ବିଭାଗ ର ସ୍ୱତନ୍ତ୍ର ଟିମ ର ଜାମୁ ଝାଡ଼ି ସ୍ଥିତ ଝାଟିଆ ମାଳ ଛକ ରେ ଚଡାଉ କରାଯାଇ ବନ୍ଦ ଘରୁ ୨୧ ଗୋଟି ସିଲିଣ୍ଡର ଓ ତିନି ଗୋଟି ଚୁଲା ଜବତହୋଇଛି। ବାଲେଶ୍ୱର ର ଡେପୁଟି କଲେକ୍ଟର ସସ୍ମିତା ମୁର୍ମୁ ଙ୍କ ନେତୃତ୍ୱ ରେ ବାଲେଶ୍ୱର ର ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବୁଦ୍ଧଦେବ ଜେନା, ସିମୁଳିଆ ତହସିଲଦାର ସୌମ୍ୟ ରଞ୍ଜନ ମହାପାତ୍ର, ସିମୁଳିଆ ବ୍ଲକ ଯୋଗାଣ ନିରୀକ୍ଷକ ଅଜୟ କୁମାର ଦାସ, ବାଲେଶ୍ୱର ର ଯୋଗାଣ ନିରୀକ୍ଷକ ସୁଶାନ୍ତ ସାହୁ, ରାଜକୁମାର ସିଂ, ଓ ରାକେଶ ପାତ୍ର ପ୍ରମୁଖ ସିମୁଳିଆ ବ୍ଲକ ଜାମୁ ଝାଡ଼ି ସ୍ଥିତ ଝାଟିଆ ମାଳ ଛକ ର ଏକ ବନ୍ଦ ଥିବା ଘରୁ ୨୧ ଗୋଟି ଗ୍ୟାସ ସିଲିଣ୍ଡର ଓ ତିନି ଗୋଟି ଗ୍ୟାସ ଚୁଲା ଜବତ କରିଥିଲେ। ପରେ ପରେ ଏହାକୁ ଗାଡ଼ିରେ ଭର୍ତ୍ତି କରି ନେଇ ଆସିଥିଲେ. ସ୍ୱତନ୍ତ୍ର ଟିମ ଜାମୁଝଡି ବଜାର ଓ ମାର୍କୋଣା ବଜାର ଯାଞ୍ଚ କରିଥିଲେ ମଧ୍ୟ କିଛି ପାଇ ନ ଥିଲେ. ଯୋଗାଣ ବିଭାଗ ର ଚଡାଉ ଖବର ପାଇ ଅଧିକାଂଶ ଦୋକାନ ଓ ହୋଟେଲ ଜଳଖିଆ ଦୋକାନ ବନ୍ଦ ହୋଇଯାଇଥିଲା। ସିମୁଳିଆ ରୁ ସମିର ସାହୁଙ୍କ ରିପୋର୍ଟ ଓମ୍ ମିଡିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0