ରୁଙ୍ଗଟା ମାଇନ୍ସରୁ ୪୦ଲକ୍ଷ ପିଗ-ଆଇରନ ଚୋରି। ମୁଖ୍ୟ ଅଭିଯୁକ୍ତ ଆଇରନ ମାଫିଆ ପୁରୀରୁ ଗିରଫ,ଦୁଇ ଟ୍ରଲର ଜବତ ଆନ୍ତଃରାଜ୍ୟ ଲିଙ୍କ ସନ୍ଦେହ।
ରୁଙ୍ଗଟା ମାଇନ୍ସରୁ ୪୦ଲକ୍ଷ ପିଗ-ଆଇରନ ଚୋରି। ମୁଖ୍ୟ ଅଭିଯୁକ୍ତ ଆଇରନ ମାଫିଆ ପୁରୀରୁ ଗିରଫ,ଦୁଇ ଟ୍ରଲର ଜବତ ଆନ୍ତଃରାଜ୍ୟ ଲିଙ୍କ ସନ୍ଦେହ। ତା୧୩/୦୯/୨୦୨୬,ରବିବାର, ବାଲିମୀ,ହିନ୍ଦୋଳ,ଢେଙ୍କାନାଳ। ରିପୋର୍ଟର ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ନିମବହାଳି ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା ମାଇନ୍ସ ରୁ ୪୦ଲକ୍ଷ ଟଙ୍କାର ପିଗ୍ ଆଇରନ ଚୋରି ମାମଲାରେ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଆଇରନ ମାଫିଆକୁ ପୋଲିସ ଗିରଫ କରିବାସହ ଦୁଇଟି ଟ୍ରଲର ଜବତ କରିଛି। ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା ମାଇନ୍ସ କମ୍ପାନୀରୁ ପିଗ୍ ଆଇରନ ଚୋରି ହୋଇଥିବା ନେଇ ରୁଙ୍ଗଟା ମାଇନ୍ସ ଲିମିଟେଡ଼ ଆଡିଶନାଲ ଜିଏମ ସିକ୍ୟୁରିଟି ତରୁଣ ଦୁବେ ବାଲିମି ଥାନାରେ ଗତ ୯/୯/୨୦୨୬ରେ ଏତଲା ଦେବାପରେ ବାଲିମି ଥାନା ରେ କେଶନଂ 234dt ୯/୯/୨୦୨୬,U/S-61(2)/303(2)/316(3)/317(2),3(5)BNS ରେ ମାମଲା ରୁଜ୍ଜୁ ହୋଇ ମୁଖ୍ୟ ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଆଇରନ ମାଫିଆ ନୟାପଲ୍ଲୀର ରଶ୍ମିରଂଜନ ଭୂୟାଁଙ୍କୁ ପୁରୀରୁ ବାଲିମି ପୋଲିସ ଗିରଫ କରିବାସହ ଦୁଇଟି ଟ୍ରଲର ନଂ -OD09AB4333 ଏବଂ ନଂ-OD09Z2577 ନମ୍ବର ଗାଡିକୁ ପ୍ରାୟ ୪୦ଲକ୍ଷ ଟଙ୍କାର ଆଇରନ ଚୋରି ପରିବହନରେ ବ୍ୟବହୃତ ପାଇଁ ଜବତ କରିଛି। ତେବେ ବାଲିମି ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଏହି ହାଇପ୍ରୋଫାଇଲ ଆଇରନ ଡକାୟତି ମାମଲାରେ ଡ୍ରାଇଭର ଧନୁ ନାଏକ ଗୁଡ୍ଡୁ ପ୍ରତାପ ସିଂ, ବରପାଲର ବାବୁଲ ବେହେରା, ଖୁଣ୍ଟୁଣୀର ବିଶାଳ ରାଉତ ଓ ଜରପଡାର ସୁଶାନ୍ତ ସାହୁ(ଛୁଟି) ଙ୍କୁ ଧରିବାକୁ ଏବଂ ଚୋରି ଆଇରନ ଜବତ କରିବାକୁ ଜୋରଦାର ଉଦ୍ୟମ କରୁଥିବା ଜଣାପଡିଛି। ତେବେ ଏହି ହାଇପ୍ରୋଫାଇଲ ଆନ୍ତଃରାଜ୍ୟ ଆଇରନ ଡକାୟତି ଘଟଣା ଢେଙ୍କାନାଳ ଜିଲ୍ଲା ତଥା ଓଡିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଦେଖିବାକୁ ବାକି ରହିଲା ବାଲିମି ପୋଲିସ କେତେଶୀଘ୍ର ଏହି ଆଇରନ ଡକାୟତି ମାମଲାରେ କିଏ କିଏ ଜଡିତ,ଏହାର ଚେର କେବଳ ରାଜ୍ୟ ଭିତରେ ନା ରାଜ୍ୟ ବାହାରକୁ ଲମ୍ବା,ଆନ୍ତଃରାଜ୍ୟ ଆଇରନ ମାଫିଆଙ୍କ ଲିଙ୍କ କାହା କାହା ସହ ରହି ଥିବାର ସତ୍ୟାସତ୍ୟ ରହସ୍ୟ ଉନ୍ମୋଚନ କରୁଛି ନା କେଶ ରଫାଦଫା କରି ମୁଖ୍ୟ ଆସାମୀ ଖସାଇ ଦେଉଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0