ଶ୍ରୀରାମ ନବମୀ ଉପଲକ୍ଷେ ସ୍ୱର ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ,

ଶ୍ରୀରାମ ନବମୀ ପାଇଁ ସୋର ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ ଶ୍ରୀରାମ ନବମୀ କୁ ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ସୋର ପୁଲିସ ପକ୍ଷରୁ ସୋର ବଜାରରେ ବୁଧବାର ସନ୍ଧ୍ୟାରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ କରାଯାଇଛି। ୫ ପ୍ଲାଟୁନ ବାଟାଲିୟନ ଓ ପୁଲିସ କର୍ମଚାରୀଙ୍କୁ ନେଇ ଏହି ଫ୍ଲାଗମାର୍ଚ୍ଚ ଆୟୋଜିତ ହୋଇଥିଲା। ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ରଙ୍କ ତତ୍ୱାବଧାନରେ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକଙ୍କ ସମେତ ଅନନ୍ତପୁର ଥାନାଧିକାରୀ ସରୋଜ କୁମାର ଦାଶ,ଖଇରା ଥାନାଧିକାରୀ ଜୋହନ ପଟ୍ଟନାୟକ,ଔପଦା ଥାନାଧିକାରୀ ପ୍ରମୋଦ କୁମାର ଦାଶଙ୍କ ସମେତ ବିଭିନ୍ନ ଥାନା ର ଏସ୍ ଆଇ , ଏ ଏସ୍ ଆଇଙ୍କ ସମେତ ଏଥିରେ ସାମିଲ ହୋଇ ଫୋର୍ସ ଓ ପୁଲିସ କର୍ମଚାରୀଙ୍କ ସହ ଫ୍ଲାଗ ମାର୍ଚ୍ଚରେ ସହର ପରିକ୍ରମା କରିଥିଲେ । ଏହି ଫ୍ଲାଗ ମାର୍ଚ୍ଚ କନ୍ୟାଶ୍ରମ ଛକ ନିକଟରୁ ବାହାରି ଅଡ଼ଙ୍ଗ ବଜାର ଦେଇ ବାମ୍ଫି ଛକ , ବାମ୍ଫି ଛକ ରୁ ଛତ୍ରପୁର ଦେଇ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ବାଲେଶ୍ୱର ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ

Mar 25, 2026 - 22:14
 0  9
ଶ୍ରୀରାମ ନବମୀ ଉପଲକ୍ଷେ ସ୍ୱର ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0