ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରାଙ୍କ “ଜିଲ୍ଲା ଶିକ୍ଷା ପ୍ରତିନିଧି” ଭାବେ ମାନସ ରଞ୍ଜନ ତ୍ରିପାଠୀ ନିଯୁକ୍ତ!

ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରାଙ୍କ “ଜିଲ୍ଲା ଶିକ୍ଷା ପ୍ରତିନିଧି” ଭାବେ ମାନସ ରଞ୍ଜନ ତ୍ରିପାଠୀ ନିଯୁକ୍ତ! ଯାଜପୁର, ୦୮/୦୬: ଯାଜପୁର ଜିଲ୍ଲାର ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ ଓ ଲୋକମୁଖୀ କରିବା ଲକ୍ଷ୍ୟରେ ଯାଜପୁର ଲୋକସଭା କ୍ଷେତ୍ରର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସାଂସଦଙ୍କ ପକ୍ଷରୁ ଯୁବ ଆଇନଜୀବୀ ଓ ସମାଜସେବୀ ମାନସ ରଞ୍ଜନ ତ୍ରିପାଠୀଙ୍କୁ “ଜିଲ୍ଲା ଶିକ୍ଷା ପ୍ରତିନିଧି” ଭାବେ ନିଯୁକ୍ତ କରାଯାଇଛି। ଏହି ନିଷ୍ପତ୍ତି ପରେ ଯାଜପୁରର ଶିକ୍ଷା ମହଲ, ଛାତ୍ର ସଂଗଠନ ଓ ସାମାଜିକ କ୍ଷେତ୍ରରେ ନୂଆ ଆଶା ଓ ଚର୍ଚ୍ଚାର ସୃଷ୍ଟି ହୋଇଛି। ସାଂସଦଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ସରକାରୀ ପତ୍ର ଅନୁସାରେ, ମାନସ ରଞ୍ଜନ ତ୍ରିପାଠୀ ଜିଲ୍ଲାର ଶିକ୍ଷା ସମ୍ପର୍କିତ ବିଭିନ୍ନ ମୁଦ୍ଦାରେ ସାଂସଦଙ୍କ ପକ୍ଷରୁ ସମନ୍ୱୟ ରକ୍ଷା କରିବେ। ସ୍କୁଲ, କଲେଜ, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସମସ୍ୟାକୁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପର୍ଯ୍ୟନ୍ତ ପହଞ୍ଚାଇ ତାହାର ସମାଧାନ ଦିଗରେ କାର୍ଯ୍ୟ କରିବା ତାଙ୍କ ମୁଖ୍ୟ ଦାୟିତ୍ୱ ରହିବ। ମାନସ ରଞ୍ଜନ ତ୍ରିପାଠୀ ଜଣେ ଶିକ୍ଷିତ ଓ ସାମାଜିକ ମୂଲ୍ୟବୋଧ ସମ୍ପନ୍ନ ପରିବାରରୁ ଆସିଛନ୍ତି। ତାଙ୍କ ବାପା ଓ ମାଆ ଉଭୟେ ସରକାରୀ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିବାରୁ ଶିକ୍ଷା ଓ ସେବାର ପରିବେଶ ମଧ୍ୟରେ ସେ ବଢ଼ିଉଠିଛନ୍ତି। ଦୀର୍ଘଦିନ ଧରି ସେ ଛାତ୍ରଛାତ୍ରୀଙ୍କ ସମସ୍ୟା, ଯୁବ ସଂଗଠନ, ସାମାଜିକ କାର୍ଯ୍ୟକ୍ରମ ଓ ଶିକ୍ଷା ସମ୍ପର୍କିତ ଅନେକ ମୁଦ୍ଦାରେ ସକ୍ରିୟ ଭୂମିକା ନେଇଆସୁଛନ୍ତି। ଜଣେ ଯୁବ ଆଇନଜୀବୀ ଭାବେ ପ୍ରଶାସନିକ ଓ ଆଇନଗତ ବିଷୟରେ ତାଙ୍କ ଦକ୍ଷତା ଥିବାରୁ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ସମନ୍ୱୟ ଓ ସମସ୍ୟା ସମାଧାନରେ ସେ ପ୍ରଭାବଶାଳୀ ଭୂମିକା ନେବେ ବୋଲି ଅନେକଙ୍କ ଆଶା। ନିଯୁକ୍ତି ପରେ ମାନସ ରଞ୍ଜନ ତ୍ରିପାଠୀ କହିଛନ୍ତି, “ସାଂସଦ ମହୋଦୟ ମୋ ପ୍ରତି ଯେଉଁ ଭରସା ଓ ବିଶ୍ୱାସ ରଖିଛନ୍ତି, ସେଥିପାଇଁ ମୁଁ କୃତଜ୍ଞ। ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କରିବି।” ସାମାଜିକ ଓ ଶିକ୍ଷା ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଏହି ନିଯୁକ୍ତିକୁ ସ୍ୱାଗତ କରିଛନ୍ତି। ବିଶେଷକରି ଗ୍ରାମାଞ୍ଚଳର ସ୍କୁଲ ଭିତ୍ତିଭୂମି ଉନ୍ନତି, ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ଏହି ପଦକ୍ଷେପ ଦୂରଗାମୀ ପ୍ରଭାବ ପକାଇବ ବୋଲି ମତ ପ୍ରକାଶ ପାଇଛି।

May 11, 2026 - 08:44
 0  22
ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରାଙ୍କ “ଜିଲ୍ଲା ଶିକ୍ଷା ପ୍ରତିନିଧି” ଭାବେ ମାନସ ରଞ୍ଜନ ତ୍ରିପାଠୀ ନିଯୁକ୍ତ!

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0