ସିମୁଳିଆରେ ପ୍ରଥମ ଅନ୍ତଃରାଜ୍ୟସ୍ତରୀୟ ଫୁଟବଲ କପ୍: ସ୍ମାର୍ଟ ନୂଆସାହି କ୍ଲବ ଚାମ୍ପିଅନ,,

ସିମୁଳିଆରେ ପ୍ରଥମ ଅନ୍ତଃରାଜ୍ୟସ୍ତରୀୟ ଫୁଟବଲ କପ୍: ସ୍ମାର୍ଟ ନୂଆସାହି କ୍ଲବ ଚାମ୍ପିଅନ ସିମୁଳିଆ ବ୍ଳକ ଅନ୍ତର୍ଗତ ମାର୍କୋଣାର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରେସ କ୍ଲବ ଓ ବିଲିଭର୍ସ କ୍ଲବର ସହଯୋଗରେ ମାର୍କୋଣା ଟାଉନ ଟିମ୍ ପକ୍ଷରୁ ପ୍ରଥମ ବାର୍ଷିକ ଅନ୍ତଃରାଜ୍ୟସ୍ତରୀୟ ସିମୁଳିଆ ଫୁଟବଲ କପ୍ ଟୁର୍ନାମେଣ୍ଟ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ରବିବାର ସକାଳେ ଷ୍ଟାଡିୟମ ପରିସରରେ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ରଘୁନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମାଝୀ ଉଦ୍ଘାଟକ ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥୀମାନେ ମଧ୍ୟ ଉପସ୍ଥିତ ରହି କ୍ରୀଡା ମାଧ୍ୟମରେ ଯୁବମାନଙ୍କର ଉନ୍ନତିକୁ ଗୁରୁତ୍ୱ ଦେଇଥିଲେ। ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଦୁଇଟି ସଶକ୍ତ ଦଳ — ସ୍ମାର୍ଟ ନୂଆସାହି କ୍ଲବ ଓ ବାଘଯତୀନ ଟିମ୍‌ ମଧ୍ୟରେ ଖେଳାଯାଇଥିଲା। ରୋମାଞ୍ଚକର ମୁକାବିଲାରେ ସ୍ମାର୍ଟ ନୂଆସାହି କ୍ଲବ ପ୍ରତିପକ୍ଷ ବାଘଯତୀନ ଟିମ୍‌କୁ ପରାଜିତ କରି ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା। ପରିଚାଳନା କମିଟିର ସକ୍ରିୟ ସଦସ୍ୟ ଗଦାଧର ଜେନା ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ଆଗେଇ ନେଇଥିଲେ। ଟୁର୍ନାମେଣ୍ଟର ସଫଳ ଆୟୋଜନ ନିମନ୍ତେ ସ୍ଥାନୀୟ କ୍ରୀଡାପ୍ରେମୀ ଓ ଯୁବମାନଙ୍କ ମଧ୍ୟରେ ଅପାର ଉତ୍ସାହ ଦେଖାଯାଇଥିଲା। ସିମୁଳିଆ ରୁ ସମିର ସାହୁ ଙ୍କ ରିପୋର୍ଟ ଓମ୍ ମିଡିଆ

Apr 7, 2026 - 00:28
 0  0
ସିମୁଳିଆରେ ପ୍ରଥମ ଅନ୍ତଃରାଜ୍ୟସ୍ତରୀୟ ଫୁଟବଲ କପ୍: ସ୍ମାର୍ଟ ନୂଆସାହି କ୍ଲବ ଚାମ୍ପିଅନ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0