ସିମୁଳିଆରେ ବଡ଼ ପରିବର୍ତ୍ତନ ଆରମ୍ଭ: ମାର୍କୋଣା ଓଭରବ୍ରିଜ୍ ପାଇଁ ଶୁଭ ଶିଳାନ୍ୟାସ
ସିମୁଳିଆରେ ବଡ଼ ପରିବର୍ତ୍ତନ ଆରମ୍ଭ: ମାର୍କୋଣା ଓଭରବ୍ରିଜ୍ ପାଇଁ ଶୁଭ ଶିଳାନ୍ୟାସ ********************************** ସିମୁଳିଆ,ରୂ ସମୀର ସାହୁ (ଓମ୍ ମିଡିଆ): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ମାର୍କୋଣା ଅଞ୍ଚଳରେ ଏନଏଚ–୧୬ ଉପରେ ନିର୍ମାଣ ହେବାକୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଓଭରବ୍ରିଜ୍ ପାଇଁ ଆଜି ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ଗରିମାମୟ ଓ ଉତ୍ସାହଭରା ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଓଭରବ୍ରିଜ୍ ନିର୍ମାଣ ହେଲେ ଅଞ୍ଚଳର ଯାତାୟାତ ବ୍ୟବସ୍ଥାରେ ସୁଧାର ଆସିବା ସହିତ ସାଧାରଣ ଲୋକମାନେ ବହୁତ ଉପକୃତ ହେବେ ବୋଲି ସ୍ଥାନୀୟମାନେ ଆଶା ପ୍ରକାଶ କରିଛନ୍ତି।ଏହି ଶୁଭ ଅବସରରେ ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ଓ ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା ଯୋଗଦେଇ ପୂଜାର୍ଚ୍ଚନା କରି ଓଭରବ୍ରିଜ୍ ନିର୍ମାଣ କାମର ଶୁଭାରମ୍ଭ କରିଥିଲେ। ଉଭୟ ନେତା ତାଙ୍କର ଉଦ୍ବୋଧନରେ କହିଥିଲେ ଯେ, ଏହି ପ୍ରକଳ୍ପ ପୁରଣ ହେଲେ ମାର୍କୋଣା ଅଞ୍ଚଳରେ ଯାତାୟାତ ସମସ୍ୟା ଦୂର ହେବା ସହିତ ଦୁର୍ଘଟଣାର ସମ୍ଭାବନା ମଧ୍ୟ କମିବ। ସେମାନେ ଏହାକୁ ଅଞ୍ଚଳର ଉନ୍ନତି ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଡା. ଅଣୁମାଧବ ପଣ୍ଡା (ଅନି ନନା), ଯୁବନେତା ନୀଳମାଧବ ପଣ୍ଡା, ସିମୁଳିଆ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ସିମୁଳିଆ ବ୍ଲକ ଉପାଧ୍ୟକ୍ଷା ହିମାଦ୍ରୀ ତନୟା ମହାପାତ୍ର, ୪୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ରମେଶ ଚନ୍ଦ୍ର ସାହୁ ସହ ସିମୁଳିଆ ଓ ଖଇରା ଅଞ୍ଚଳର ବହୁ ବରିଷ୍ଠ ନେତୃବୃନ୍ଦ ଓ ପଦାଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।କାର୍ଯ୍ୟକ୍ରମର ପୂର୍ବରୁ ମଇତାପୁର ଠାରୁ ଏକ ବିଶାଳ ବାଇକ୍ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ଅନେକ କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ଯୋଗଦେଇ ମାର୍କୋଣା ବଜାର ପରିକ୍ରମା କରିଥିଲେ, ଯାହା ଫଳରେ ସମଗ୍ର ଅଞ୍ଚଳରେ ଉତ୍ସବମୁଖର ପରିବେଶ ଦେଖାଯାଇଥିଲା। ପରେ ଅତିଥିମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ସହିତ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ଏହି ସୁଯୋଗରେ ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡାଙ୍କୁ ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନବନିଯୁକ୍ତ ହୋଇଥିବାରୁ ସ୍ଥାନୀୟ କର୍ମୀ, ନେତା ଓ ଅଞ୍ଚଳବାସୀମାନଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ଏହା ସହିତ ଅଞ୍ଚଳର ସମସ୍ତ ମୁଖ୍ୟ ନେତୃବୃନ୍ଦ ତାଙ୍କର ଭବିଷ୍ୟତ କାର୍ଯ୍ୟକଳାପ ପାଇଁ ଶୁଭେଚ୍ଛା ଜଣାଇଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାବଦ୍ଧ ଭାବରେ ସମ୍ପନ୍ନ ହୋଇଥିବା ସହିତ ଏହା ଅଞ୍ଚଳର ଉନ୍ନତି ପାଇଁ ଏକ ସ୍ମରଣୀୟ ଦିନ ଭାବେ ପରିଗଣିତ ହେଉଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0