ସୋର ବ୍ଲକ ଅନ୍ତର୍ଗତ ଉଦୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରିସରରେ ଜୋନାଲ ଲେବଲ ଖେଳ ,
ସୋର ବ୍ଲକ ଅନ୍ତର୍ଗତ ଉଦୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରିସରରେ ଜୋନାଲ ଲେବଲ ଖେଳ 2026 ବହୁ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ସର୍ବପ୍ରଥମେ ଗ୍ରାମ ଦେବତୀ ମା ଦାଣ୍ଡ ଖେଳାଇ ଠାକୁରାଣୀଙ୍କ ପୂଜାର୍ଚ୍ଚନା ପରେ ସେହିଠାରୁ ମଶାଲ ଶୋଭାଯାତ୍ରା ବାହାରି ଖେଳ ପଡିଆକୁ ଆସିଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ସ୍ୱାଇଁ ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସାଜନପୁର ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ ପୂର୍ବକ ପିଲାମାନଙ୍କୁ ଶୃଙ୍ଖଳିତ ଭାବେ ଖେଳି ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ବିଦ୍ୟାଳୟର ତଥା ଏ ଅଂଚଳର ଗୌରବ ଆଣି ବାକୁ ପରାମର୍ଶ ଦେଇଥିଲେ। ସଭାପତି ଶ୍ରୀଯୁକ୍ତ ସ୍ୱାଇଁ ଏ ପ୍ରତିଯୋଗିତା କରିବାର ମୁଖ୍ୟ ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖିବା ସହ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଖେଳ ଶିକ୍ଷକ, ସି ଆର ସିସି ଓ ପି ଟି ଆଇ ଶିକ୍ଷକ ମାନଙ୍କଠାରୁ ସହଯୋଗ କାମନା କରି ସଭା ସମାପ୍ତ କରିଥିଲେ। ଏଥିରେ ଦୌଡ଼, ଖୋଖୋ, କବାଡି, ଫୂଟବଲ, କ୍ରିକେଟ, ଭଲିବଲ, ଉଚ୍ଚ ଡିଆଁ , long Jump ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା। ଉଦୟ ନାରାୟଣ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ବିଦ୍ୟାଳୟ ପରିଚାଳନା କମିଟି ମେମ୍ବର, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଅତିଥି ଶିକ୍ଷକ ମାନେ ସହଯୋଗ କରି ପ୍ରତିଯୋଗିତାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ବାଲେଶ୍ଵର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0