ହୃଦୟ ବିଦାରକ ଘଟଣା।ପୁଅର ଶବକୁ କାନ୍ଧରେ ବୋହିଲା ମାଆ।
ହୃଦୟ ବିଦାରକ ଘଟଣା।ପୁଅର ଶବକୁ କାନ୍ଧରେ ବୋହିଲା ମାଆ। ତା୦୩/୦୯/୨୦୨୬, ଗୁରୁବାର,ପାଟଣା, କେନ୍ଦୁଝର ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଯେଉଁ କାନ୍ଧରେ ପୁଅକୁ ବଞ୍ଚାଇବା ପାଇଁ ହସ୍ପିଟାଲ ନେବାର ଆଶା ଥିଲା,ସେହି କାନ୍ଧରେ ଶେଷରେ ବୋହିବାକୁ ପଡ଼ିଲା ପୁଅର ଶବ। ଏମିତି ଏକ ଦୁର୍ଭାଗ୍ୟଜନକ ତଥା ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗୁଣିଆଭାଡ଼ି ସାହିରେ। ଗାଁକୁ ଆସିପାରିଲାନି ଆମ୍ବଲାନ୍ସ,ଶେଷରେ ମୃତ ପୁଅକୁ କାନ୍ଧରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଲେ ମାଆ। ଶୌଚ ହେବା ପାଇଁ ପୋଖରୀକୁ ଯାଇଥିବା ବେଳେ ଗୋଡ଼ ଖସି ନାବାଳକ ନରେଶ ପୋଖରୀରେ ବୁଡ଼ି ଯାଇଥିଲେ। ତେବେ ପାଣି ରୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ପୁଅ କୁ ବଞ୍ଚାଇବା ପାଇଁ କାନ୍ଧ ରେ ବୋହି ମେଡିକାଲ କୁ ନେଇଥିଲେ ସେଠାରେ ପୁଅକୁ କର୍ତ୍ତବ୍ୟ ରତ ଡାକ୍ତର ମୃତ ଘୋଷଣା କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0