୧୬ ନମ୍ବର ଜାତୀୟ ରାଜପଥରେ ଭୟାବହ ବସ ଦୁର୍ଘଟଣା

୧୬ ନଂ ଜାତୀୟ ରାଜପଥରେ ଭୟାବହ ବସ ଦୁର୍ଘଟଣା : ୩୫ ଯାତ୍ରୀ ଆହତ, ୫ ଜଣ ଗୁରୁତର ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଧୀନ ୧୬ ନଂ ଜାତୀୟ ରାଜପଥର ଖନ୍ତାପଡ଼ା ନିକଟରେ ଆଜି ମଧ୍ୟାହ୍ନ ସମୟରେ ଦୁଇଟି ଯାତ୍ରୀବାହୀ ବସ ମଧ୍ୟରେ ଭୟାବହ ଧକ୍କା ଲାଗି ମର୍ମନ୍ତୁକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେଥିରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, କୁପାରୀରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଆଶୀର୍ବାଦ ନାମକ ବସ ଯାତ୍ରୀ ଉତାରୁଥିବା ସମୟରେ ପୁରୀରୁ ରାଞ୍ଚି ଅଭିମୁଖେ ଯାଉଥିବା ପାନିକୋଚ ନାମକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ସେହି ବସକୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଦୁଇଟି ବସରେ ଯାତ୍ରା କରୁଥିବା ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣା ସମୟରେ ଦୁଇଟି ବସରେ ମିଶି ପ୍ରାୟ ୮୦ ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣା ପରେ ଅଞ୍ଚଳରେ ଆତଙ୍କ ଓ ଅସ୍ତବ୍ୟସ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଖନ୍ତାପଡ଼ା ପୋଲିସ ଓ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରିଥିଲେ। ପରେ କିଛି ଯାତ୍ରୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ କଲେଜକୁ ଉନ୍ନତ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଖନ୍ତାପଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଦୁର୍ଘଟଣାର କାରଣ ସମ୍ବନ୍ଧରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସିମୁଳିଆ ରୁ ସମିର ସାହୁଙ୍କ ରିପୋର୍ଟ

Mar 8, 2026 - 21:17
 0  22
୧୬ ନମ୍ବର ଜାତୀୟ ରାଜପଥରେ ଭୟାବହ ବସ ଦୁର୍ଘଟଣା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0