୮ ତାରିଖ ଓଡିଶା ବନ୍ଦକୁ ସଫଳ ପାଇଁ ସୋର ରେ ଇଣ୍ଡିଆ ମେଣ୍ଟ ତରଫରୁ ସାମ୍ବାଦିକ ସମ୍ମିଳନୀରେ ନିବେଦନ,,
୮ ତାରିଖ ଓଡିଶା ବନ୍ଦକୁ ସଫଳ ପାଇଁ ସୋର ରେ ଇଣ୍ଡିଆ ମେଣ୍ଟ ତରଫରୁ ସାମ୍ବାଦିକ ସମ୍ମିଳନୀରେ ନିବେଦନ । ------------------------------------------ ଓଡ଼ିଶାର ସ୍ୱାର୍ଥ ଖଣିଜ ସମ୍ପଦରୁ ରାଜସ୍ବ ଲୁଟ ପାଇଁ ଖଣି ଓ ଖଣିଜ ସମ୍ପଦ(ଏମ.ଏମ.ଡି.ଆର) ଉନ୍ନୟନ ପରିଚାଳନା ସଂଶୋଧନ ଆଇନ ଓଡ଼ିଶାର ବିକାଶ ପାଇଁ ଆନ୍ତରାୟ । କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାକୁ ଧ୍ବଂସ କରିବା ପାଇଁ ଏହି ଏମ ଏମ ଡିଆର ସଂଶୋଧନ ବିଲ ସୁଚିନ୍ତିତ ଭାବେ ପ୍ରସ୍ତୁତ କରିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆ ମେଣ୍ଟ ତରଫରୁ କଂଗ୍ରେସର ଯୁବନେତା ସୁବ୍ରତ କୁମାର ଧଡ଼ା ପ୍ରକାଶ କରିଛନ୍ତି।ଏସ ଆଇ ଆର, ମାଧ୍ୟମରେ ଭୋଟ ଚୋରୀରେ ସମ୍ପୃକ୍ତ ନିର୍ବାଚନ କମିଶନର,ଜ୍ଞାନେସ କୁମାରଙ୍କ ଇସ୍ତଫା, ୟୁପିଆଇ ମାଧ୍ୟମରେ ନେଣ ଦେଣ ଉପରେ ସ୍ୱତନ୍ତ୍ର ଟେକ୍ସ ଆଦାୟ, ତ୍ରୁଟି ପୂର୍ଣ୍ଣ ଶିକ୍ଷା ବ୍ୟବସ୍ତାରେ ସମ୍ପୃକ୍ତ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ଲଗାତର ବନ୍ୟାରେ କ୍ଷତିଗ୍ରସ୍ତ ଜନ ସାଧାରଣଙ୍କୁ ତୁରନ୍ତ ସହାୟତା ପ୍ରଦାନ ଦାବିରେ,ମାଧବା ନନ୍ଦ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ ସମ୍ପାଦକ ମାୟାଧର ନାୟକ,କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ମହାନ୍ତି, ଶ୍ରୀକାନ୍ତ ଜେନା,ବ୍ଲକ ସଭାପତି ଯୋଗେନ୍ଦ୍ର ଜେନା, ନଗର ସଭାପତି ରାଜେନ୍ଦ୍ର ମହାନ୍ତି, ପାରିଷଦ ନିଶାକର ମହାନ୍ତି,ସିପିଆଇରୁ ଶଶିକାନ୍ତ ପଣ୍ଡା, ଭଗବାନ ପଣ୍ଡା ପ୍ରମୁଖ ଆସନ୍ତା ୮ତାରିଖ ଗୁରୁବାର ଶାନ୍ତିପୂର୍ଣ ସାଧାରଣ ଧର୍ମ ଘଟ, ଓଡିଶା ବନ୍ଦକୁ ସଫଳ କରିବା ପାଇଁ, କୃଷକ ଶ୍ରମିକ, ବୁଦ୍ଧିଜୀବି, ଛାତ୍ର, ଯୁବକ,ବ୍ୟବସାୟୀ ତଥା ସଚେତନ ନାଗରିକ ସହଯୋଗ କରିବାକୁ ନିବେଦନ କରିଛନ୍ତି।ଏହି ଧର୍ମଘଟ ସକାଳ ୬ ଟାରୁ ସାନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରକାଶ କରିଛନ୍ତି। ବାଲେଶ୍ଵର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0