ଉଦୀୟମାନ ସବୁଜ ବାହିନୀ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ।
ଉଦୀୟମାନ ସବୁଜ ବାହିନୀ ପକ୍ଷରୁ
ବନ ମହୋତ୍ସବ ସପ୍ତାହ ପାଳନ।
ଚଣ୍ଡିଖୋଲ ସର୍ନିକଟ ହରିଦାସପୁର ଓସେନୱନ ପବ୍ଲିକ ସ୍କୁଲଠାରେ ଆଜି ଉଦୀୟମାନ ସବୁଜ ବାହିନୀ ପକ୍ଷରୁ ବନ ମହୋତ୍ସବ ସପ୍ତାହର ପ୍ରଥମ ଦିବସ ଶୁଭାରମ୍ଭ ହେଇଯାଇଛି। ଏହି ଉଦଘାଟନ ଦିବସକୁ ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟାପକ ଡ଼ ଦିଲ୍ଲୀପ କୁମାର ନାୟକ ପ୍ରଥମେ ଏକ ଔଷଧ ଚାରାଗଛକୁ ଧୂପ ଦୀପ ନୈବେଦ୍ୟ ଦେଈ ପୂଜାଅର୍ଚନା ପୂର୍ଵକ ଶ୍ରୀ ଫଳ ବାଡେଇ ରୋପଣ କରିବା ପରେ ବିଦ୍ୟାଳୟର ଗୁରୁମା ଏବଂ ଉଦୀୟମାନ ମହିଳା ସଂଗଠନର ମାଆ ମାନେ ଶଙ୍ଖ ହୁଳହୁଳି ମାଧ୍ୟମରେ ବନ୍ଦାପନା କରି ବିଦ୍ୟାଳୟ ପରିସରରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ
ଏହି ପରିପ୍ରେକ୍ଷୀରେ ଏକ ସଚେତନତା ସଭା ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବରେ ସମାଜସେବିକା ଅରୁଣି ନନ୍ଦ, ମୁଖ୍ୟବକ୍ତା ପରିବେଶ କର୍ମୀ ଅନିଲ କୁମାର ଦାସ,ସମ୍ମାନିତ ଅଥିତି ବିଦ୍ୟାଳୟର ଅଧକ୍ଷା ସାଲ୍ଲୀମା ଜେନା ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ବନ ମହୋତ୍ସବ ପାଳନ ସମ୍ପର୍କରେ ବହୁ ଉପାଦେୟ କଥା କହିଥିଲେ। ଉକ୍ତ ଆଲଚନା ଚକ୍ରରେ ସମାଜସେବି ଶ୍ରୀକାନ୍ତ ସିଂ, ବିନୋଦ କୁମାର ରଥ, ରାଧାରାଣୀ ରଥ, ସରସ୍ବତୀ ସିଂ, ବିଦ୍ୟାଳୟର ଗୁରୁମା ହରପ୍ରିୟା ସାମଲ, ସନ୍ତୋଷୀ ପଟ୍ଟନାୟକ, ସବିତା ନାୟକ, ବର୍ଷା ପ୍ରିୟଦର୍ଶିନୀ ରଣା, ଓମପ୍ରକାଶ ନାୟକ ସମେତ ଉର୍ମିଳା ବେହେରା, କନକଲତା ପରିଡା, ପ୍ରଦୀପ କୁମାର ନାୟକ, ପ୍ରଶାନ୍ତ ସାହୁ ଅଂଶଗ୍ରହଣ କରିଥିଲେ। ପରେ ପରେ ଛାତ୍ରଛାତ୍ରୀ ମାନେ ପରିବେଶ ପରିକ୍ରମା ପ୍ଲାକାର୍ଡ଼, ବ୍ୟାନର ମାଧ୍ୟମରେ ବିଭିନ୍ନ ସଚେତନତା ନାରା ଦେଈ ଶୋଭାଯାତ୍ରାରେ ବାହାରିଥିଲେ।
ଏହି ଉତ୍ସବ ସାତଦିନ ବ୍ୟାପୀ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ମଠ ମନ୍ଦିର, ଖେଳପଡିଆ, ରାସ୍ତା କଡ଼ ମାନଙ୍କରେ ଚାଲିବ ବୋଲି ସବୁଜବାହିନୀ ଅଦକ୍ଷ୍ୟ ପ୍ରମୋଦ କୁମାର ଦାସ କହିଛନ୍ତି,,ବଡ଼ଚଣାରୁ ସୁଶାନ୍ତ କୁମାର ବେହେରା ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0