ଓଡ଼ିଆ ପକ୍ଷରେ "ଓଡ଼ିଆରେ ନାମ ଫଳକ" ସଚେତନତା ପଦଯାତ୍ରା,,

ଓଡ଼ିଆ ପକ୍ଷରେ "ଓଡ଼ିଆରେ ନାମ ଫଳକ" ସଚେତନତା ପଦଯାତ୍ରା ଯାଜପୁର, ୦୪/୦୪/(ଓମ ମିଡ଼ିଆ ବିଦ୍ୟାଧର ଦାସ ) ଏପ୍ରିଲ ପହିଲାରୁ ୧୪ ତାରିଖ ଯାଏଁ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଓଡ଼ିଆରେ ନାମ ଫଳକ ଲେଖା ସଚେତନତା ପଦଯାତ୍ରା ଓ ତତ୍ ସମ୍ବନ୍ଧୀୟ ଏକ ସଚେତନତା ସଭା ବ୍ୟାସନଗର ପୌରପାଳିକା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ନିର୍ଦ୍ଦେଶ କ୍ରମେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟଠାରେ ପତାକା ଦେଖାଇ ଏହି ପଦଯାତ୍ରା ଓ ପ୍ରଚାର ଗାଡିର ଉଦଘାଟନ କରିଥିଲେ। ଏଥିରେ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ଶିବ ଶଙ୍କର ମିଶ୍ର, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦେବାଶିଷ ଜେନା ଓ ବ୍ୟାସନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ପାଢ଼ୀ ଉପସ୍ଥିତ ଥିଲେ। ଉକ୍ତ ପଦଯାତ୍ରାରେ ବ୍ୟାସନଗରର ସମସ୍ତ ବ୍ୟବସାୟୀ ସଂଘ, ଶ୍ରମିକ ସଂଗଠନ ପ୍ରତିନିଧି, ସ୍ବେଛାସେବୀ, ବ୍ୟାସନଗର କଲେଜର ଛାତ୍ରଛାତ୍ରୀ ସହର ପରିକ୍ରମା କରିବା ସହିତ ଶ୍ରମ ବିଭାଗ ଦ୍ୱାରା ଓଡ଼ିଆରେ ନାମଫଳକ ଲାଗି ନଥିବା ବ୍ୟବସାୟ ପ୍ରତିଷ୍ଠାନ ତଥା ଦୋକାନ ଗୁଡିକରେ ପ୍ରଚାରପତ୍ର ଓ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସହକାରୀ ଶ୍ରମ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥି ସହିତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ପ୍ରଚାର ବାଣୀ ଓ ପ୍ରଚାର ପତ୍ର ମାଧ୍ୟମରେ ଯାଜପୁର ରୋଡ ତଥା ଯାଜପୁର ଟାଉନରେ ସଚେତନତା ସୃଷ୍ଟି କରାଯାଇଥିଲା। ଏତଦ ବ୍ୟତୀତ ସ୍ୱତନ୍ତ୍ର ଦଳ ଗଠନ କରି ସହକାରୀ ଶ୍ରମ ଅଧିକାରୀମାନେ ଏକ ସ୍ୱତନ୍ତ୍ର ଅଭିଯାନରେ ନିରୀକ୍ଷଣ କରିବା ପରେ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନକୁ ଆସନ୍ତା ୭ ଏପ୍ରିଲ ମଧ୍ୟରେ ନୋଟିସ ଜାରି କରାଯିବ। ଏଥିରେ ଖିଲାଫ କଲେ ଓଡିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି।odis

Apr 4, 2026 - 17:44
 0  5
ଓଡ଼ିଆ ପକ୍ଷରେ "ଓଡ଼ିଆରେ ନାମ ଫଳକ" ସଚେତନତା ପଦଯାତ୍ରା,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0