କଳିଙ୍ଗ ନଗର ସ୍ତିତ ଟାଟାଙ୍କ ୧୮୭ତମ ଜୟନ୍ତୀ ପାଳିତ

*ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ଦ୍ଵାରା ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ ଜନ୍ମ ଜୟନ୍ତୀ ପାଳିତ* ୮୦୦ ରୁ ଅଧିକ ଟାଟା ପରିବାର ସଦସ୍ୟଙ୍କ ଏହି ଉତ୍ସବରେ ସାମିଲ କଳିଙ୍ଗନଗର ଓମ ମିଡ଼ିଆ ୩ /୩ : ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ପରିସରରେ ମଙ୍ଗଳବାର ଦିନ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ ଜନ୍ମ ଜୟନ୍ତୀ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗରଠାରେ କର୍ମଚାରୀମାନଙ୍କ ଦ୍ୱାରା ଏକ ଆନୁଷ୍ଠାନିକ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ଏହି ପ୍ୟାରେଡ୍ ପ୍ରୋଜେକ୍ଟ ଅଫିସ୍‌ରୁ ବାହାରି ଟିଏସକେ (ଟିଏସକେ) ସେଣ୍ଟର ପର୍ଯ୍ୟନ୍ତ ଯାଇଥିଲା। ସେଠାରେ କମ୍ପାନୀର ବରିଷ୍ଠ ନେତୃତ୍ୱ, ୟୁନିଅନ ପ୍ରତିନିଧି ଏବଂ କର୍ମଚାରୀମାନେ ଜେ.ଏନ୍. ଟାଟାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ। ଏହି ଜନ୍ମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଏଥିରେ ପୁନର୍ବାସ ଓ ଥଇଥାନ କଲୋନୀ ଏବଂ କମ୍ପାନୀର ଆବାସିକ କଲୋନୀଗୁଡ଼ିକରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଗୋବରଘାଟି, ତ୍ରିଜଙ୍ଗା ଏବଂ ସାନସାଇଲୋ ଅଞ୍ଚଳର ୮୦୦ରୁ ଅଧିକ ଟାଟା ପରିବାର ସଦସ୍ୟ ଏଥିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସେହିପରି ନୀଳାଚଳ ଇସ୍ପାତ ନିଗମରେ (ଏନଆଇଏନଏଲ) ପ୍ଲାଣ୍ଟ ପରିସରରେ ଥିବା ‘ଏନଆଇଏନଏଲ ହାଉସ’ ଠାରେ ଏହାର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ଜାମସେଟଜୀ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ନୀଳାଚଳ କଲୋନୀରେ ମଧ୍ୟ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ କ୍ରୀଡା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଜାମସେଟଜୀ ନୁସରୱାନଜୀ ଟାଟାଙ୍କୁ (୩ ମାର୍ଚ୍ଚ, ୧୮୩୯ - ୧୯ ମଇ, ୧୯୦୪), ଭାରତୀୟ ଶିଳ୍ପ ଜଗତର ଜନକ’ ଭାବେ ପରିଚିତ। ଭାରତର ଇସ୍ପାତ ଓ ଶକ୍ତି ଶିଳ୍ପର ଭିତ୍ତିଭୂମି ସ୍ଥାପନ ସହ ବୈଷୟିକ ଶିକ୍ଷାର ପ୍ରସାର ଏବଂ ଦେଶକୁ ଶିଳ୍ପାୟନ ପଥରେ ଆଗେଇ ନେବାରେ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଅବଦାନ ଚିରସ୍ମରଣୀୟ।

Mar 4, 2026 - 13:16
 0  14
କଳିଙ୍ଗ ନଗର ସ୍ତିତ ଟାଟାଙ୍କ ୧୮୭ତମ ଜୟନ୍ତୀ ପାଳିତ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0