କୋରେଇଶୁଣୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା।

କୋରେଇଶୁଣୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା। ମଇନ୍ଦା ୮/୯(ଉତ୍ତମ କୁମାର ଦାସ :ଓମ ମିଡ଼ିଆ )ବିଂଝାରପୁର ବ୍ଲକ ଅନ୍ତର୍ଗତ ଉଡରଙ୍ଗ ପଞ୍ଚାୟତ ଅଧିନ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମା କୋରେଇଶୁଣୀ ଶିଶୁ ମନ୍ଦିର ପରିସରରେ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ପ୍ରାଣବନ୍ଧୁ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ଶ୍ୟାମସୁନ୍ଦର ଶତପଥୀଙ୍କ ସରଞ୍ଚନା କରିଥିଲେ ।ମୁଖ୍ୟ ଅତିଥିଭାବେ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପ୍ରମୋଦ କୁମାର ନାୟକ, ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ରାଏ, ସମ୍ମାନିତ ଅତିଥିଭାବେ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବିଦ୍ୟାସାଗର ବେହେରା ଯୋଗଦାନ କରିଥିଲେ। ଆଜିର ଶିଶୁ କାଲିର ଭବିଷ୍ୟତ। ଏବେ ଠାରୁ ବୈଜ୍ଞାନିକ ମନୋଭାବ ରଖିଲେ ଭବିଷ୍ୟତରେ ଜଣେ ବଡ ବୈଜ୍ଞାନିକ ହୋଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବିଚାରକ ଭାବେ ଟିଚର୍ସ କ୍ଲବର ସଭାପତି ଅଭୟ ଚରଣ ଖୁଣ୍ଟିଆ,ବିଜ୍ଞାନ ଶିକ୍ଷକ ବିରଞ୍ଚି ନାରାୟଣ ସାମଲ, ଜଗନ୍ନାଥ ବାନରା, ଆଶୁତୋଷ କର, ସୋପ୍ନାସ୍ମିତା ଯେନା ଯୋଗଦାନ କରିଥିଲେ। ସର୍ବକନିଷ୍ଠ ବିଭାଗରୁ ଭାଗ୍ୟଶ୍ରୀ ନାଥ, ପ୍ରୀତିଶ ପ୍ରିୟାଂଶୁ ସୂତାର, ସଞନ ବାଇ, ସାଇ ପ୍ରତିକ ନାୟକ, ଶିବାଂଶୁ ପାଣିଗ୍ରାହୀ, ଦେବାଂଶି ପ୍ରିୟଦର୍ଶିନୀ ସାହୁ, କନିଷ୍ଠ ବିଭାଗରୁ ସାଇ ପ୍ରସାଦ ତ୍ରିପାଠୀ, ସାଇରାମ ଷଢଙ୍ଗୀ, ସ୍ନେହାଶୁ ମହାଳିକ, ପ୍ରିୟାଂଶି ଦାଶ, ସୌରଭ ରଞ୍ଜନ ଭଦ୍ର, ଲକ୍ଷ୍ମୀପ୍ରିୟା ଷଡଙ୍ଗୀ, ବରିଷ୍ଠ ବିଭାଗରୁ ସୁଚିତ୍ରା ତ୍ରିପାଠୀ, ହ୍ରିତିକ ରୋଷନ ତ୍ରିପାଠୀ, ସୁଲଗ୍ନା ମହାନ୍ତି, ଅର୍ଘ୍ୟରୁପା ନାୟକ, ଲିଜାରାଣୀ ପାଣିଗ୍ରାହୀ, ଦିବ୍ୟଜ୍ୟୋତି ପାଣିଗ୍ରାହୀ ଆଦି ଜିଲ୍ଲା ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲେ। ଏହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ବିଜ୍ଞାନ ମେଳାକୁ ୧୫୦ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ସହଯୋଗ କରିଥିଲେ।

Sep 8, 2026 - 20:07
 0  3
କୋରେଇଶୁଣୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0