କ୍ରସର ମାଲିକ ଧୃତ। ଲୁଚେଇ ଦେଉଛି ଶ୍ରମିକର ଶବ। କ୍ରସର ରେ ଶ୍ରମିକ ମୃତ।ମିଳି ମିଶି ଘଟଣା କୁ ଲୁଚାଇବା ପାଇଁ ପ୍ରୟାସ।

କ୍ରସର ମାଲିକ ଧୃତ। ଲୁଚେଇ ଦେଉଛି ଶ୍ରମିକର ଶବ। କ୍ରସର ରେ ଶ୍ରମିକ ମୃତ।ମିଳି ମିଶି ଘଟଣା କୁ ଲୁଚାଇବା ପାଇଁ ପ୍ରୟାସ। ତା୨୧/୦୯/୨୦୨୬, ସୋମବାର। ଓଡ଼ାପଡ଼ା,ଢେଙ୍କାନାଳ । ରିପୋର୍ଟର ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡ଼ାପଡ଼ା ବ୍ଲକ୍ ରେ ଥିବା ବେଆଇନ କ୍ରସର ମାନଙ୍କରେ ଦୈନନ୍ଦିନ ବହୂ ମୃତାହତ ହେଉଥିଲେ ହେଁ ପୋଲିସ ଓ ପ୍ରଶାସନ ସହଯୋଗରେ ଚପାଇ ଦେବାକୁ ଉଦ୍ୟମ ହେଉଥିବାର ଜାଣିବାକୁ ମିଳେ।ମୋଟା ଅଙ୍କର ଅର୍ଥ ଲାଞ୍ଚ କାରାବାର ହେଉଥିଵାର ମଧ୍ୟ ନଜିର ଅଛି। ପୁଣି ଥରେ ଘଟିବାକୁ ଯାଉଛି ସେହିଭଳି ଅଭାବନୀୟ ତଥା ଦୁର୍ଭାଗ୍ୟଜନକ କାରସାଦି। ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡାପଡା ତହସିଲ ମୋଟଙ୍ଗା ଥାନା ଅନ୍ତର୍ଗତ ମହାବୀର ଷ୍ଟୋନ୍ କ୍ରସର ରେ କାର୍ଯ୍ୟରତ ଶ୍ରମିକଙ୍କର ମୃତ୍ୟୁ ଘଟିଛି।ମୃତକ ଜଣକ ସଦର ଥାନା ଅନ୍ତର୍ଗତ ମୁଳିସିଂ ଗ୍ରାମ ର ଯଦୁମଣି ପଟ୍ଟନାୟକ ହୋଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ମୃତକଙ୍କ ଶବ ମିଳି ପାରୁ ନାହିଁ। ତେବେ ମୃତକ ଙ୍କ ଶବ କୁଆଡ଼େ ଗଲା, କାହିଁକି ପରିବାର କୁ ହସ୍ତାନ୍ତର କରାଯାଉ ନାହିଁ ଏଥିସହ ସମ୍ପୃକ୍ତ ମାଲିକ ଜାଣି ଶୁଣି ଶବ ଗାଏବ କରିଛନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ପରିବାର ଲୋକ। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣାସ୍ଥଳରେ ମୋଟଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଦେଖିବାକୁ ବାକି ରହିଲା ଘଟଣା କୁ ମୋଟା ଅଙ୍କର ଲାଞ୍ଚ କାରବାର କରି ଘଟଣାକୁ ଚପାଇ ଦିଆଯାଉଛି ନା ସତ୍ୟାସତ୍ୟ ଲୋକ ଲୋଚନକୁ ଆସୁଛି।

Sep 22, 2026 - 13:35
 0  27
କ୍ରସର ମାଲିକ ଧୃତ। ଲୁଚେଇ ଦେଉଛି ଶ୍ରମିକର ଶବ। କ୍ରସର ରେ ଶ୍ରମିକ ମୃତ।ମିଳି ମିଶି ଘଟଣା କୁ ଲୁଚାଇବା ପାଇଁ ପ୍ରୟାସ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0