କୟାଁଗୋଲା-ଆରେଡ଼ି ରାସ୍ତା ଜଳମଗ୍ନ: ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ ଗମନାଗମନ ଉପରେ କଟକଣା, ବ୍ୟାରିକେଡ୍ ସ୍ଥାପନ,,

କୟାଁଗୋଲା-ଆରେଡ଼ି ରାସ୍ତା ଜଳମଗ୍ନ: ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ ଗମନାଗମନ ଉପରେ କଟକଣା, ବ୍ୟାରିକେଡ୍ ସ୍ଥାପନ ********************** ଯାଜପୁର, ୦୨.୦୮.୨୦୨୬ ରିଖ(ଓମ ମିଡ଼ିଆ ) ଲଗାଣ ବର୍ଷା ଓ ବନ୍ୟା ଜଳ ଯୋଗୁଁ କୟାଁଗୋଲା-ଆରଡ଼ି ରାସ୍ତା ଜଳମଗ୍ନ ହୋଇପଡ଼ିଛି। ଆସନ୍ତା ଶ୍ରାବଣ ସୋମବାର ଅବସରରେ ବୋଲବମ୍ ଶ୍ରଦ୍ଧାଳୁ (କାଉଡ଼ିଆ) ଏବଂ ସାଧାରଣ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଗମନାଗମନ ଉପରେ ଗୁରୁତ୍ୱପୂର୍ଣ୍ଣ କଟକଣା ଜାରି କରାଯାଇଛି। ଜିଲ୍ଲାପାଳ, ଯାଜପୁର ଶ୍ରୀ ଅମ୍ବର କୁମାର କରଙ୍କ ସ୍ପଷ୍ଟ ନିର୍ଦ୍ଦେଶକ୍ରମେ କୟାଁଗୋଲାଠାରେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ବ୍ୟାରିକେଡ୍ ସ୍ଥାପନ କରାଯାଇଛି। ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି କିମ୍ବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଯାତ୍ରୀ ଏବଂ ଶ୍ରଦ୍ଧାଳୁମାନଙ୍କ ଗମନାଗମନକୁ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ଭଦ୍ରକ ଜିଲ୍ଲାପାଳଙ୍କ ବିଶେଷ ଅନୁରୋଧ କ୍ରମେ କାଉଡ଼ିଆମାନେ ଯେପରି ଏହି ବିପଜ୍ଜନକ ଜଳମଗ୍ନ ରାସ୍ତା ଦେଇ ପ୍ରସିଦ୍ଧ ଆରେଡ଼ି ଶୈବ ପୀଠକୁ ନ ଯାଆନ୍ତି, ସେଥିପାଇଁ ଏହି ସୁରକ୍ଷା ପଦକ୍ଷେପ ନିଆଯାଇଛି। ଜନସାଧାରଣ ଏବଂ କାଉଡ଼ିଆ ଶ୍ରଦ୍ଧାଳୁମାନେ ବିପଦପୂର୍ଣ୍ଣ ଜଳମଗ୍ନ ରାସ୍ତାରେ ଯାତ୍ରା ନ କରି ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

Aug 2, 2026 - 19:33
 0  5
କୟାଁଗୋଲା-ଆରେଡ଼ି ରାସ୍ତା ଜଳମଗ୍ନ: ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ ଗମନାଗମନ ଉପରେ କଟକଣା, ବ୍ୟାରିକେଡ୍ ସ୍ଥାପନ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0