ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ଜାରୀ ରଖିବାକୁ ଦାବି,
ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ଜାରୀ ରଖିବାକୁ ଦାବି, ଯାଜପୁର ୧୨/୦୮(ଓମ ମିଡ଼ିଆ : ସରୋଜ କୁମାର ଧଳ ) ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସାଧାରଣ ଦାବିକୁ ନେଇ ଓଡ଼ିଶାର ପୁରାତନ ସାମ୍ବାଦିକ ସଙ୍ଘ OJU ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଉଦେଶ୍ୟରେ ଜିଲ୍ଲା କମିଟି ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଉଛି,ଆମ ଦେଶର ଅନ୍ୟ ରାଜ୍ୟ ଗୁଡିକରେ ସାମ୍ବାଦିକ ମାନଙ୍କୁ ପେନସନ ଲାଗୁଥିବା ବେଳେ, ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦାବିକୁ ସରକାର ବାରମ୍ବାର ଅଣଦେଖା କରି ଆସୁଛନ୍ତି,ଚଳିତ ବର୍ଷ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ସ୍ବାସ୍ଥ୍ୟ ବୀମା ଯୋଜନା ସହିତ ମିସେଇବା ନେଇ ରାଜ୍ୟ ସରକାର ଚିନ୍ତା କରିଥିବା ବେଳେ, ଏହାକୁ ଓଡିଶା ସାମ୍ବାଦିକ ସଙ୍ଘ(OJU) ପକ୍ଷରୁ ବିରୋଧ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଉଛି, ଏହି ପରିପ୍ରେକ୍ଷୀରେ ଓଡ଼ିଶା ସାମ୍ବାଦିକ ସଙ୍ଘ (OJU) ଯାଜପୁର ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ,ଏହି ସମୟରେ OJU ର ଯାଜପୁର ଜିଲ୍ଲା ସଭାପତି ସରୋଜ କୁମାର ଧଳ,ଉପସଭାପତି କାହ୍ନୁ ଚରଣ ଜେନା, ସାଧାରଣ ସମ୍ପାଦକ ଉତ୍ତମ କୁମାର ଦାଶ,ଜୟନ୍ତ କୁମାର ପଣ୍ଡା, ବିଦ୍ୟାଧର ଦାଶ ପ୍ରମୁଖ ଉପସ୍ଥିତ ଥୂଲେ,ସାମ୍ବାଦିକ ମାନଙ୍କୁ ଶିକ୍ଷା ସହାୟତା,ସ୍ବାସ୍ଥ୍ୟ ସହାୟତା ଓ ସୁରକ୍ଷା ପ୍ରଦାନ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0