ଘଞ୍ଚ ଜଙ୍ଗଲ ଭିତରେ ମରିଥିଲା ହାତୀ।୨୫ଦିନ ପରେ ଗଳିତ ମୃତଦେହ ଠାବ କଲା ବନବିଭାଗ।

ଘଞ୍ଚ ଜଙ୍ଗଲ ଭିତରେ ମରିଥିଲା ହାତୀ।୨୫ଦିନ ପରେ ଗଳିତ ମୃତଦେହ ଠାବ କଲା ବନବିଭାଗ। କାରଣ ଖୋଜୁଛି ବନ ବିଭାଗ ସୂଚନାଦାତାଙ୍କୁ ମିଳିବ ପୁରସ୍କାର। ତା୧୧/୦୮/୨୦୧୬, ମଙ୍ଗଳବାର,ମହାବିରୋଡ, ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ମହାବିରୋଡ଼ ରେଞ୍ଜ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରୁ ଗତ କାଲି ସୋମବାର ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀର ବୟସ ୬ରୁ ୭ ବର୍ଷ ହେବ। ହାତୀ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି। ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡା.ସଞ୍ଜୟ କୁମାର ସ୍ବାଇଁ ଓ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୃତ ହାତୀର ୨୫ ଦିନ ପରେ ଗଳିତ ମୃତ ଦେହ ମିଳିଛି ଏବଂ ମୃତ୍ୟୁ ପୂର୍ବରୁ କୌଣସି ଅସ୍ବାଭାବିକ ପରିସ୍ଥିତି ଘଟିଥିଲା କି ନାହିଁ,ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି। କଙ୍କଡ଼ାହାଡ଼ ପ୍ରାଣୀ ଚିକିତ୍ସା ବିଭାଗର ଟିମ୍ ଶବ ବ୍ୟବଚ୍ଛେଦ କରିଥିଲେ। ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ମିଳିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡା.ସ୍ବାଇଁ କହିଛନ୍ତି। ହାତୀ ମୃତ୍ୟୁର କାରଣ ଏବେ ଅସ୍ପଷ୍ଟ ରହିଛି। ତଦନ୍ତରେ ଯଦି କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ପ୍ରମାଣିତ ହୁଏ। ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ହାତୀ ମୃତ୍ୟୁ ସମ୍ପର୍କରେ କୌଣସି ବ୍ୟକ୍ତିଙ୍କ ପାଖରେ ନିର୍ଭରଯୋଗ୍ୟ ସୂଚନା ଥିଲେ ବନ ବିଭାଗକୁ ଜଣାଇବାକୁ ଅନୁରୋଧ କରାଯାଇଛି। ସୂଚନାଦାତାଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି।

Aug 11, 2026 - 19:14
 0  30
ଘଞ୍ଚ ଜଙ୍ଗଲ ଭିତରେ ମରିଥିଲା ହାତୀ।୨୫ଦିନ ପରେ ଗଳିତ ମୃତଦେହ ଠାବ କଲା ବନବିଭାଗ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0